କନକ ବ୍ୟୁରୋ : ଅଧ୍ୟାପକଙ୍କ ଅଚଳାଚଳ ସମ୍ପତ୍ତିି । ଗଜପତି ଜିଲ୍ଲା ମିନକେତନ ଡିଗ୍ରୀ କଲେଜର ଅଧାପକ ଗନ୍ତା ନାଗେଶ୍ୱର ରାଓଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏହି ସମୟରେ ଯାହା ସାମନାକୁ ଆସିଛି ସେଥିରେ ଭିଜିଲାନ୍ସ ଟିମର ଆଖି ଖୋସି ହୋଯାଇଛି । ଭିଜିଲାନ୍ସ କାର୍ଯ୍ୟାଳୟର ସୂଚନା ଅନୁସାରେ ଚଢ଼ାଉ ସମୟରେ ନାଗେଶ୍ୱରଙ୍କର ୨ କୋଟି ୮୩ ଲକ୍ଷ ୩୬ ହଜାର ୮୦୫ ଟଙ୍କାର ସମ୍ପତି ଠାବ ହୋଇଛି ।

Advertisment

ଏଥିରେ ପାରଳାଖେମୁଣ୍ଡି ରାଧାଗୋବିନ୍ଦ ନଗରରେ ଥିବା ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର ଯାହାର ମୂଲ୍ୟ ୧କୋଟି ୫୨ ଳକ୍ଷ ୮୫ ହଜାର ୩୦୪ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି । ସେହିପରି ପାରଳାଖେମୁଣ୍ଡି ବେତଗୁଡାରେ  ୩୦ ଲକ୍ଷ ୯୦ ହଜାର ୩୬୪ ଟଙ୍କା ମୂଲ୍ୟର ଗୋଟିଏ ଦୁଇ ମହଲା ବିଶିଷ୍ଟ ଦୋକାନ ଘର  , ୨୩ ଲକ୍ଷ ଟଙ୍କା ୧୧ ହଜାର ୩୬୮ ଟଙ୍କାର ୫୧ ଟି ପ୍ଲଟ, ଗୋଟିଏ ମାରୁତି ସୁଜିକି –ଏକ୍ସଏଲ-୬ ସ୍ମାର୍ଟ ହାଇବ୍ରିଡ୍ ଆଲଫା କାର, ଗୋଟିଏ ହିରୋହୋଣ୍ଡା ମୋଟର ସାଇକେଲ, ବଭିନ୍ନ ବ୍ୟାଙ୍କରେ ୧୫ ଲକ୍ଷ ୩୯ ହଜାର ୧୬୩ ଟଙ୍କା ଜମା , ୯ ଲକ୍ଷ ୪୭ ହଜାର ଟଙ୍କାର ସୁନା ଓ ରୂପା ଅଳଙ୍କାର ଓ ନଗଦ ୩୧ ଲକ୍ଷ ଟଙ୍କା ରହିଛି ।

ଏହି ସବୁ ସ୍ଥାବର ଓ ଅସ୍ଥାବର ସମ୍ପତି ଅଧାପକ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ରହିଛି । ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ ନିର୍ଦ୍ଦେଶ କ୍ରମେ ଅଧାପକଙ୍କ ବାସଭବନ, ପୈତୃକ ଘର, ଅଫିସ ସମେତ ୬ଟି ସ୍ଥାନରେ ଏକକାଳିନ ଚଢା଼ଉ କରିଥିଲା ବ୍ରହ୍ମପୁର ଭିଜିଲାନ୍ସ ।