କରୋନାରେ ହୋଇଛି ଗଜପତି ଏଡିଏମଙ୍କ ମୃତ୍ୟୁ: ଟ୍ୱିଟ କରି ସୂଚନା ଦେଲା ଜିଲ୍ଲା ପ୍ରଶାସନ; କୋଭିଡ ସେଂଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବ୍ରହ୍ମପୁର ବଡ ମେଡିକାଲରେ ହୋଇଥିଲା ପରଲୋକ

385

କନକ ବ୍ୟୁରୋ: ଗଜପତି ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ । ଗତକାଲିି ସକାଳ ୫ଟାରେ ବ୍ରହ୍ମପୁର ଏମକେସିଜିରେ ତାଙ୍କର ନିଧନ ଘଟିଥିଲା । ପାରଳାଖେମୁଣ୍ଡିରେ ଥିବା କୋଭିଡ କେୟାର ସେଂଟର ଦାୟିତ୍ୱରେ ସେ ରହିଥିଲେ । କୋଭିଡ ହସ୍ପିଟାଲ ଦାୟିତ୍ୱରେ ଥିବା ବେଳେ ତାଙ୍କର ମୃତ୍ୟୁ ଘଟଥିଲା ।

କରୋନା ହସପିଟାଲ ଦାୟିତ୍ୱରେ ଥିବା ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ଗତକାଲି ପରଲୋକ ଘଟିଛି । ଭୋର ୫ଟାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ପାରଳାଖେମୁଣ୍ଡିରେ ଥିବା କୋଭିଡ କେୟାର ସେଂଟର ଦାୟିତ୍ୱରେ ଥିଲେ ଏଡିଏମ୍ କରୁଣାକର ରାଇକା । ବଡ କଥା ହେଉଛି ଯେ, କୋଭିଡ ହସ୍ପିଟାଲ ଦାୟିତ୍ୱରେ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ତାଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ । ତେବେ ୧୮ ତାରିଖରୁ ସେ ଅସୁସ୍ଥ ଥିଲେ । ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଥିଲା । ଚିକିତ୍ସା ଜାରି ରହିଥିଲା । ଗତକାଲି ସକାଳେ ତାଙ୍କର ମୃତ୍ୟୁ ଘଟିଛି ।