ବାବା ଧବଳେଶ୍ୱର ପୀଠରେ ଲାଗି ହେଲା ଗଜଭୋଗ: ନୀତିକାନ୍ତି ପରେ ରାତି ୩ଟାରେ ଲାଗି ହେଲା ଗଜଭୋଗ; ୧୪୪ଧାରା ଲାଗୁ କରାଯାଇଥିବାରୁ ଗଜଭୋଗ ବିତରଣ ବନ୍ଦ

ରାତି ୧ଟାରେ ପହଡ ପରେ ମଙ୍ଗଳ ଆଳତି, ବାଳଭୋଗ, ଘର୍ଷଣ ନୀତି

64

କନକ ବ୍ୟୁରୋ: ଆଠଗଡର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠରେ କରାଯାଇଛି ବାବାଙ୍କର ପ୍ରିୟ ଗଜଭୋଗ ।  ବର୍ଷତମାମ ଭକ୍ତ  ବାବାଙ୍କର ଏହି ପ୍ରିୟଭୋଗ ପାଇବାକୁ ଅପେକ୍ଷା କରି ରହିଥାଏ ।  ତେବେ ଚଳିତବର୍ଷ କୋଭିଡ କଟକଣା ପାଇଁ ଗଜଭୋଗ ବିତରଣ ବନ୍ଦ ରହିଛି ।  ଧବଳେଶ୍ୱରଙ୍କପୀଠରେ ରାତ୍ରି ଗୋଟାଏରେ ପହଡ ଖୋଲାଯାଇ ବିଭିନ୍ନ ନୀତିକାନ୍ତି କରାଯିବା ପରେ ରାତି ୩ଟାରେ ଗଜଭୋଗ କରାଯାଇଛି ।

ଗତକାଲି ପବିତ୍ର ବଡ଼ା ଓଷା ଥିବାରୁ କିରାତଅର୍ଜ୍ଜୁନ ବେଶରେ ଦର୍ଶନ ଦେଇଥିଲେ ବାବା ଧବଳେଶ୍ୱର । ଗତକାଲି ମଧ୍ୟରାତ୍ରୀରେ ବାବାଙ୍କ ଠାରେ ଲାଗି ହୋଇଛି ଗଜଭୋଗ । ଯେଉଁଠି ଶ୍ରଦ୍ଧାଳୁଙ୍କ କାର୍ତିକ ମାସ ସାରା ଭିଡ଼ ଲାଗୁଥିଲା ଆଜି ବିନା ଭକ୍ତରେ ପୂଜା ପାଉଛନ୍ତି ବାବା ଧବଳେଶ୍ୱର । କରୋନା କଟକଣା ପାଇଁ ଭକ୍ତଙ୍କୁ ଧବଳେଶ୍ୱର ଯିବାକୁ ବାରଣ କରାଯାଇଛି । ମନ୍ଦିର ପରିସରରେ ପୂର୍ବରୁ ୧୪୪ ଧାରା ଜାରି କରାଯାଇଛି ।