ଧବଳେଶ୍ୱର ପୀଠରେ ଆଜି ବଡଓଷା । ଲାଗି ହେବ ପ୍ରଭୁଙ୍କ ପ୍ରିୟ ଗଜମଣ୍ଡା ଓ ତରଣ ଭୋଗ, ଚାଲିଛି ପ୍ରସ୍ତୁତି

106

କନକ ବ୍ୟୁରୋ : ବଡ଼ ଓଷାରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ବଡ଼ି ଭୋରୁ ସମସ୍ତ ନୀତିକାନ୍ତି ସହ ୧୦୮ ଗରା ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତି କରାଯାଇଛି । ପ୍ରଶାସନ ପକ୍ଷରୁ କୋଭିଡ଼ କଟକଣା ପାଇଁ ପୀଠରେ ଜାରି ହୋଇଛି ୧୪୪ ଧାରା । ଫଳରେ ବିନା ଭକ୍ତରେ ପାଳନ ହେଉଛି ବଡ଼ ଓଷା ।

ଅନ୍ୟପଟେ ପୂଜକଙ୍କ ପରିବାର ପକ୍ଷରୁ ଗଜଭୋଗ ପ୍ରସ୍ତୁତି କରାଯାଇ ମଧ୍ୟରାତ୍ରୀର ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ସନ୍ଧିକ୍ଷଣରେ ଧବଳେଶ୍ୱରଙ୍କ ପାଖରେ ଲାଗି କରାଯିବ ପ୍ରସିଦ୍ଧ ଗଜଭୋଗ । ଏହି ଗଜଭୋଗ ପୂଜକଙ୍କ ପରିବାର ପ୍ରସ୍ତୁତି କରୁଛନ୍ତି । ଚୁନା, ମୁଗ, ଗୁଡ଼, ନଡ଼ିଆ ଆଦି ବିଭିନ୍ନ ସାମଗ୍ରୀରେ ଗଜଭୋଗ ପ୍ରସ୍ତୁତି କରାଯାଏ । ଅତି ନିଷ୍ଠାର ସହ ନୂଆ ଲୁଗା ପିନ୍ଧି ଏହି ଗଜଭୋଗ ପ୍ରସ୍ତୁତି କରିଥାଆନ୍ତି ପୂଜକଙ୍କ ପରିବାର ।