କନକ ବ୍ୟୁରୋ: ଘରୋଇ ଡାକ୍ତରଖାନାର ଚିକିତ୍ସକଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଜାରି କରିଛି । ସମସ୍ତ ନର୍ସିଂହୋମ ଓ କ୍ଲିନିକରେ ସ୍ୱତନ୍ତ୍ର ଫିଭର କ୍ଲିନିକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ପିନ୍ଧିବା ଓ ହାତ ଧୋଇବା ଉତମ ବ୍ୟବସ୍ଥା ରହିବ । ରକ୍ତଚାପ ଯାଂଚ ମେସିନ ଓ ଷ୍ଟେଥୋସ୍କୋପ ପ୍ରତି ଯାଂଚରେ ବିଶୋଧନ କରାଯିବ । ସମସ୍ତ ରୋଗୀଙ୍କ ପଂଜୀକରଣ ସହ ହଟସ୍ପଟ ଅଂଚଳରୁ ଆସିଥିବା ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ହେବେ ସ୍ଥାନାନ୍ତର । କରୋନା ସଚେତନନା ନେଇ ଡାକ୍ତରଖାନାରେ ଡିସପ୍ଲେ ବୋର୍ଡ ରହିବ । ନିୟମ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Advertisment

ଅନ୍ୟପକ୍ଷରେ ଆଜି ରାତିରୁ ଆରମ୍ଭ ହେଉଥିବା ଲକଡାଉନ ନେଇ ପୁଲିସ କମିସନର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପୁଲିସ କମିସନର କହିଛନ୍ତି ଏଥର ଲକଡାଉନ କଡାକଡି କରାଯିବ । ଅତ୍ୟାବଶ୍ୟକ ସାମଗ୍ରୀ ଘର ପାଖ ଦୋକାନକୁ ଚାଲିଚାଲି ଯାଇ ସେଠାରୁ କିଣାକିଣି କରିବାକୁ କହିଛନ୍ତି ପୋଲିସ କମିଶନର । ଏହାସହ ହୋମଡେଲିଭରିର ସୁବିଧା ନେବାକୁ ପରାମର୍ଶ ଦେଇଛନ୍ତି । ଅନାବଶ୍ୟକ ଭାବେ ବୁଲାବୁଲି ନକରିବାକୁ ସିପି ପରାମର୍ଶ ଦେଇଛନ୍ତି । ବୟସ୍କ ବ୍ୟକ୍ତି ଏହି ସମୟରେ ଅଧିକ ସତର୍କ ରହିବାକୁ ନିବେଦନ କରିଛନ୍ତି ।

ସକାଳ ୬ଟାରୁ ଅପରାହ୍ନ ୧ଟା ଯାଏଁ ତେଜରାତି ଓ ପନିପରିବା ଦୋକାନ ଖୋଲିବ । ସେହିପରି ଲକଡାଉନ ସମୟରେ ଅଯଥାରେ ବାହାରକୁ ନବାହାରି ସହଯୋଗ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ପୁଲିସ କମିଶନର । ଯଦି କୌଣସି ବ୍ୟକ୍ତି ଜାଲ ଆଇକାର୍ଡ ବ୍ୟବହାର କରୁଥିବା ଜଣାପଡିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତେ ମିଳିମିଶି କରୋନା ବିରୋଧରେ ଲଢେଇ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ପୁଲିସ କମିସନର ।