ଗହୀର ମଥାରେ ମାତିଛନ୍ତି ମାଛ ମାଫିଆ । ଟ୍ରଲର ମାଡରେ ଜୀବନ ହରାଉଛନ୍ତି ଶହ ଶହ ଅଲିଭ ରିଡଲେ କଇଁଛ, କାମ ଦେଉନି ପ୍ରଶାସନର କଟକଣା ।

213

କନକ ବ୍ୟୁରୋ: ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ ହେଉଛି ଗହୀରମଥା । ବିଶ୍ୱରେ ଥିବା ଅଲିଭରିଡଲେଙ୍କ ସଂଖ୍ୟା ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଓଡିଶା ଉପକୂଳରେ ସମାଗମ ହୋଇଥାନ୍ତି । ଏହି ଅଲିଭରିଡେଲ ରହୁଥିବା ରାଜନଗର ସାମୁଦ୍ରିକ ଅଭୟାରଣ୍ୟରେ ଏବେ ଅନେକ ଅଲିଭ ରିଡଲେ କଇଁଛ ମରି ଭାସୁଥିବା ଦେଖାଯାଇଛି । ବନବିଭାଗ, ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନା ପକ୍ଷରୁ ପଇଁତରା କଡାକଡି କରାଯାଇଥିଲେ ବି ପ୍ରତ୍ୟେକ ବର୍ଷ ଏମିତି ଶହ ଶହ କଇଁଛ ସମୁଦ୍ରକୂଳରେ ମରି ଭାସୁଥିବାର ଦେଖାଯାଇଛି ।

ସବୁପ୍ରକାରର କଟକଣା ସତ୍ୱେ ମାଛମାଫିଆ ସମୁଦ୍ର ମଧ୍ୟକୁ ପ୍ରବେଶ କରି ମାଛ ମାରୁଛନ୍ତି । ଫଳରେ ବୋଟ ମାଡରେ କଇଁଛଙ୍କ ମୃତ୍ୟୁ ଘଟୁଛି । କଇଁଛଙ୍କ ଆଗମନ ବର୍ଷକୁ କମୁଥିଲେ ବି ମୃତ୍ୟୁକୁ ରୋକାଯାଇପାରୁନାହିଁ । ଏହାକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି । ବରୁଣେଇମୁହାଣ, ପେଣ୍ଠ, ସାତଭାୟା ଓ ବାବୁବାଲିଠାରେ ଶହ ଶହ ମଲା ଓ ମୁଣ୍ଡିବିହୀନ କଇଁଛ କୂଳରେ ଲାଗିଥିବା ଦେଖିବାକୁ ମିଳିଛି ।

ସବୁଠାରୁ ବଡ଼ କଥା ହେଲା, ମାଛ ମାଫିଆଙ୍କ ଅବାଧ ପ୍ରବେଶ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଅଭିଯୋଗ ହେଉଛି । ତେବେ ଏହାଛଡା ବନବିଭାଗ ସହ ମାଛ ମାଫିଆଙ୍କ ମଧୁଚନ୍ଦ୍ରିକା ଚାଲିଛି । ଫଳରେ ମାଛ ମାଫିଆଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ଅନୁମତି ଦିଆଯାଉଛି । ତେଣୁ ଏଭଳି ନୀରିହ କଇଁଛ ପ୍ରଜାତି ପ୍ରାଣ ହରାଇଛନ୍ତି