ଇସ୍ରୋର ମିଶନ ଗଗନଯାନ । ମହାକାଶକୁ ପ୍ରଥମେ ଯିବ ରୋବଟ୍, ସାମ୍ନାକୁ ଆସିଲା ‘ବ୍ୟୋମିତ୍ର’ର ପ୍ରଥମ ଝଲକ । ଦୁଇଟି ଭାଷାରେ କଥା କହୁଛି, ମଣିଷ ଭଳି କାମ କରୁଛି ।

219

କନକ ବ୍ୟୁରୋ : ୨୦୨୨ ମସିହାରେ ଇସ୍ରୋ ରହିଛି ସବୁଠାରୁ ମହତ୍ୱାକାଂକ୍ଷୀ ଯୋଜନା ମିଶନ ଗଗନଯାନ । ଏହି ମେଗା ମିଶନରେ ମହାକାଶକୁ ମାନବ ପଠାଇବା ଆଗରୁ ଆବଶ୍ୟକ ପରୀକ୍ଷା ଶେଷ କରିବାକୁ ଟାର୍ଗେଟ୍ ରଖିଛି ଇସ୍ରୋ । ଏହି କ୍ରମରେ ମାନବ ପ୍ରେରଣ ଆଗରୁ ମହାକାଶକୁ ଇସ୍ରୋ ପଠାଇବ ଏକ ଉନ୍ନତଶୀଳ ରୋବଟ୍ । ବ୍ୟୋମିତ୍ର ନାମକ ଏହି ରୋବଟର ପ୍ରଥମ ଝଲକ ସାମ୍ନାକୁ ଆସିଛି ।

ଇସ୍ରୋର ମିଶନ ଗଗନଯାନ । ମହାକାଶକୁ ପ୍ରଥମେ ଯିବ ରୋବଟ । ସାମ୍ନାକୁ ଆସିଲା ବ୍ୟୋମିତ୍ରର ପ୍ରଥମ ଝଲକ । ଦେଖନ୍ତୁ ଏହି ଚିତ୍ରକୁ । ଏହା ହେଉଛି ଏକ ରୋବଟ୍ । ନାଁ ବ୍ୟୋମିତ୍ର । ଏହା କୌଣସି ସାଧାରଣ ରୋବଟ ନୁହଁ । ଇସ୍ରୋ ଦ୍ୱାରା ତିଆରି ହୋଇଥିବା ଏହି ରୋବଟର ରହିଛି ଅନେକ ବିଶେଷତା । ଏହା କହିପାରିବ ଦୁଇଟି ଭାଷା । ଏହା କରିପାରିବ ଏକାଧିକ କାମ । ମିଶନ ଗଗନଯାନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପଠାଯିବାକୁ ଥିବା ମହାକାଶଯାନରେ ଏହି ରୋବଟ୍ ଯିବ ମହାକାଶକୁ । ବେଙ୍ଗାଲୁରୁରେ ଇସ୍ରୋ ଏହାର ନିର୍ମାଣ କାମ ପ୍ରାୟ ଶେଷ କରି ଦେଲାଣି । ଇସ୍ରୋର ସୂଚନା ଅନୁସାରେ ମହିଳା ମହାକାଶଚାରୀଙ୍କ ପରି ଏହି ରୋବଟକୁ ନିର୍ମାଣ କରାଯାଇଛି । ବେଙ୍ଗାଲୁରୁରେ ଇସ୍ରୋ ଏହାର ପ୍ରଥମ ଝଲକ ଜାରି କରିଛି ।

ମହାକାଶ ଯାନରେ ମହାକାଶକୁ ଯାଇ ଜଣେ ମହାକାଶଚାରୀ ଯେଭଳି ମହାକାଶ ଯାନରୁ ବାହାରି ପରୀକ୍ଷଣ କରିଥାନ୍ତି, ଠିକ୍ ସେହିଭଳି ସବୁ କିଛି କାମକୁ ସଂପନ୍ନ କରିବ ରୋବଟ୍ ବ୍ୟୋମିତ୍ର । ଏହାକୁ ନଜରରେ ରଖି ଇସ୍ରୋ ବିଶେଷ ଭାବରେ ଏହାର ନିର୍ମାଣ କରିଛି ।

୨୦୨୨ରେ ଇସ୍ରୋ ରଖିଛି ସବୁଠୁ ବଡ ମିଶନ ଗଗନଯାନ । ତେବେ ଏହି ମିଶନରେ ମହାକାଶକୁ ମାନବ ପ୍ରେରଣ କରି ସଫଳତାର ସହ କିପରି ଫେରାଇ ଆଣିବ, ଏହା ଏବେ ଇସ୍ରୋ ଆଗରେ ସବୁଠୁ ବଡ ଚ୍ୟାଲେଞ୍ଜ । ସେଥିପାଇଁ ଏହା ଆଗରୁ ଇସ୍ରୋ ମହାକାଶକୁ ପ୍ରଥମେ ଏକ ରୋବଟ୍ ପଠାଇବାକୁ ଯୋଜନା ରଖିଛି । ଅଧା ମାନବ ଭଳି ନିର୍ମାଣ ହୋଇଥିବା ଏହି ରୋବଟ୍ ପାଖାପାଖି ୪୦ଟି ଗବେଷଣା କରି ଫେରି ଆସିବ ।

ମିଶନ ଗଗନଯାନ ପାଇଁ ଆବେଦନ କରିଥିଲେ ମୋଟ୍ ୬୦ ଜଣ । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ଚୟନ କରାଯାଇଛି । ଏମାନଙ୍କ ମଧ୍ୟରୁ ପ୍ରଥମ ଭାଗରେ ୭ ଜଣ ଋଷିଆରେ ଏବେ ତାଲିମ ନେଉଛନ୍ତି । ବାକି ୫ ଜଣ ଏହି ସପ୍ତାହରେ ଋଷ ଗସ୍ତ କରିବେ । ୨୦୨୨ରେ ଇସ୍ରୋର ରହିଛି ଗଗନଯାନ ମିଶନ । ଏହି ମେଗା ମିଶନ ପୂର୍ବରୁ ମାନବ ପ୍ରେରଣର ଆବଶ୍ୟକ ପରୀକ୍ଷଣ ଶେଷ କରିବାକୁ ଅଂଟା ଭିଡିଛି ଇସ୍ରୋ ।