୫ ସେକେଣ୍ଡ ପୂର୍ବରୁ ଗଗନଯାନ ମିଶନର କ୍ରୁ ମଡ୍ୟୁଲ୍ ପରୀକ୍ଷଣ ହେଲା ସ୍ଥଗିତ, ଇସ୍ରୋ ମୁଖ୍ୟ କହିଲେ ଖୁବଶୀଘ୍ର ପୁଣିଥରେ ହେବ ପରୀକ୍ଷଣ ।

୫ ସେକେଣ୍ଡ ପୂର୍ବରୁ ଗଗନଯାନ ମିଶନର କ୍ରୁ ମଡ୍ୟୁଲ୍ ପରୀକ୍ଷଣ ହେଲା ସ୍ଥଗିତ, ଇସ୍ରୋ ମୁଖ୍ୟ କହିଲେ ଖୁବଶୀଘ୍ର ପୁଣିଥରେ ହେବ ପରୀକ୍ଷଣ ।

କନକ ବ୍ୟୁରୋ : ହାତରେ ଥିଲା ଆଉ ମାତ୍ର ୫ ସେକେଣ୍ଡ । ଗଗନାଯାନ ମିସନ କ୍ରୁ ମଡ୍ୟୁଲ ପ୍ରସ୍ତୁତ ହୋଇ ସାରିଥିଲା ଆକାଶପଥକୁ ଉଡିବା ପାଇଁ । କାଉଣ୍ଟଡାଉନ ଆରମ୍ଭ ହୋଇଥିଲା । କିନ୍ତୁ ହଠାତ୍ ପରୀକ୍ଷଣକୁ ସ୍ଥଗିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ । ବୈଷୟିକ ସମସ୍ୟା ଯୋଗୁଁ ପରୀକ୍ଷଣକୁ ସ୍ଥଗିତ କରାଯାଇଛି । ତେବେ ପରୀକ୍ଷଣ ହେବାକୁ ଥିବା ଟେଷ୍ଟ ଭେଇକିଲ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । କଣ ବୈଷୟିକ ସମସ୍ୟା ରହିଛି ତାହାର ନୀରିକ୍ଷଣ କରାଯିବ । ଏହାପରେ ଖୁବଶୀଘ୍ର ପୁଣିଥରେ ଏହାର ପରୀକ୍ଷଣ କରାଯିବ ବୋଲି କହିଛନ୍ତି ସୋମନାଥ ।

ଚନ୍ଦ୍ର ଅବା ମହାକାଶକୁ ମଣିଷ ପଠାଇବାର ଭାରତ ଯେଉଁ ଯୋଜନା କରୁଛି ତାହା ଏହି ମିଶନ ଉପରେ ନିର୍ଭର କରୁଛି । ଗଗନଯାନ ମିଶନର ଅଂଶ ଭାବେ ‘କ୍ରୁ ମଡ୍ୟୁଲ’ର ପରୀକ୍ଷା କରାଯିବ । ୮ ମିନିଟ ୮ ସେକେଣ୍ଡର ଏହି ପରୀକ୍ଷା ଆଜି ସକାଳ ୮ ଟାରେ ଆରମ୍ଭ ହୋଇଥାନ୍ତା । କିନ୍ତୁ ପରେ ଏହାକୁ ଅଧଘଣ୍ଟା ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା । । କ୍ରୁ ମଡ୍ୟୁଲ ଯେଉଁଥିରେ ତିନି ଜଣ ମଣିଷ ମହାକାଶକୁ ଯିବା ପାଇଁ ନିର୍ମାଣ କରାଯାଇଛି ତାହାର ପରୀକ୍ଷା ହୋଇଥାନ୍ତା । ପୃଥିବୀ ପୃଷ୍ଠରୁ ଉତକ୍ଷେପଣ ପରେ କ୍ରୁ ମଡ୍ୟୁଲ ରକେଟରୁ ଅଲଗା ହୋଇଯିବ ଏବଂ ୧୭ କିଲୋମିଟର ଉଚ୍ଚରୁ ପ୍ୟାରାଚ୍ୟୁଟ ସାହାଯ୍ୟରେ ଏହି କ୍ରୁ ମଡ୍ୟୁଲ ତଳକୁ ଖସିଥାନ୍ତା । ପରୀକ୍ଷଣ ସଫଳ ହୋଇଥିଲା ଇସ୍ରୋ ମାନବ ମିଶନ ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢିଥାନ୍ତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe