୨୦୨୧ରେ ମହାକାଶ ଯାତ୍ରା କରିବ ମାନବ ବିହୀନ ଗଗନଯାନ । ୨୦୨୨ରେ ମଧ୍ୟ ଇସ୍ରୋ ପଠାଇବ ମାନବ ବିହୀନ ମହାକାଶଯାନ

123

କନକ ବ୍ୟୁରୋ : ମହାକାଶ ଯାତ୍ରା କରିବ ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନ ବା ଇସ୍ରୋର ମାନବ ବିହୀନ ଗଗନଯାନ । ଏହାସହ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ରୋବର୍ଟ ମଧ୍ୟ ମହାକାଶକୁ ପଠାଇବାକୁ ଯୋଜନା କରୁଛି ଇସ୍ରୋ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ କେ.ଶିବନ । ଏହି ମିଶନ ୨୦୨୦ରେ ଲଂଚ ହେବାର ଯୋଜନା ଥିଲା କିନ୍ତୁ ମହାମାରୀ କରୋନା କାରଣରୁ ଏହାକୁ ସ୍ଥଗିତ କରାଯାଇ ୨୦୨୧ର ପ୍ରଥମ ୬ମାସ ଭିତରେ କାର୍ଯ୍ୟକାରୀ କରାଯିବାର ଥିଲା । କିନ୍ତୁ ଏହା ସମ୍ଭବ ନହୋଇ ପାରିବା ଯୋଗୁଁ ୨୦୨୧ଶେଷ ଆଡକୁ ଏହାକୁ ଲଂଚ କରାଯିବାର ଯୋଜନା କରିଛି ଇସ୍ରୋ ।

ଇସ୍ରୋର ମହାକାଶଚାରୀଙ୍କୁ ମହାକାଶ ପଠାଇବାର କାର୍ଯ୍ୟକ୍ରମ ଅଧିନରେ ରହିଛି ମାନବ ବିହୀନ ଗଗନଯାନ ପ୍ରେରଣ । ୨୦୨୨ରେ ମଧ୍ୟ ଇସ୍ରୋ ମାନବ ବିହୀନ ମହାକାଶଯାନ ପଠାଇବ । ଇସ୍ରୋ ଅଧ୍ୟକ୍ଷ କେ ଶିବନ ଏକ ସାକ୍ଷାତକାରରେ କହିଛନ୍ତି ଯେ, ହ୍ୟୁମାନ ରେଟିଂ ପ୍ରୋସେସ କାମ ଠିକ୍ ଭାବରେ ଗତି କରୁଛି ଏବଂ ଏହା ୨୦୨୧ର ଶେଷ ୬ମାସ ଆଡକୁ ପୁରା ହେବ ।

ତେବେ ଆସନ୍ତା ବର୍ଷ ମାନବ ବିହୀନ ଗଗନଯାନ ଓ ମହାକାଶଯାନ ପଠାଇବା ସମ୍ଭବ ହେବ କି ନାହିଁ ତାହା ବର୍ତମାନର ପରିସ୍ଥିତି ଉପରେ ନିର୍ଭର କରୁଛି । ତେବେ ଆସନ୍ତା ମାସ ଗୁଡିକରେ ପରିସ୍ଥିତି କିପରି ରହୁଛି ତାହାର ସମୀକ୍ଷା କଲା ପରେ ଏନେଇ ନିଷ୍ପତି ନିଆଯିବ । କରୋନା ମହାମାରୀର ପ୍ରଭାବ ଯଦି ଏମିତି ରୁହେ ତେବେ କେତେକ ପ୍ରୋଜେକ୍ଟ ଉପରେ ପୁନଃବିର୍ଚାର କରିବାକୁ ପଡିବ ।

ଭାରତ ସମେତ ଏବେ ସାରା ବିଶ୍ୱ କରୋନା ମହାମାରୀ ସହ ଲଢେଇ କରୁଛି । ଏହାର ପ୍ରଭାବ ଗଗନଯାନ ସମେତ ଅନେକ ପ୍ରକଳ୍ପ ଉପରେ ପଡିଛି । ବିନା ପାଇଲଟ ବା ମଣିଷର ମହାକାଶକୁ ଯିବାକୁ ଥିବା ଗଗନଯାନ ତିଆରି କରୁଛି ଇସ୍ରୋ ।