କାଶ୍ମୀରରୁ ଲଦାଖକୁ ତିଆରି ହେଉଛି ସବୁଠୁ ଲମ୍ବା ସୁଡ଼ଙ୍ଗ । ୧୪ କିଲୋମିଟର ଜୋଜିଲା ଟନେଲରୁ ସ୍ଥିତି ପରଖିଲା କନକ ନ୍ୟୁଜ୍ ।

99

କନକ ବ୍ୟୁରୋ : ଜାମ୍ମୁ-କଶ୍ମୀର ଓ ଲେହ-ଲଦାଖର ଲାଇଫ ଲାଇନ ପାଲଟିବ ଦୁର୍ଗମ ଅଞ୍ଚଳରେ ନିର୍ମାଣ ହେଉଥିବା ଜୋଜିଲା ଟନେଲ । ଶ୍ରୀନଗର ସହିତ ଲଦାଖକୁ ସଂଯୋଗ କରୁଥିବା ଏହି ସୁଡଙ୍ଗ ପ୍ରତିରକ୍ଷା ଦୃଷ୍ଟିକୋଣରୁ ଯେତିକି ଗୁରୁ୍ତ୍ୱପୂର୍ଣ୍ଣ ଅର୍ଥନୈତିକ ଦୃଷ୍ଟିକୋଣରୁ ବି ସେତିକି ଗୁରୁତ୍ୱପୂର୍ଣ୍ଣ । ସୀମାର ଅତି ନିକଟରେ ଥିବା ଜୋଜିଲା ପାସକୁ ଅତିକ୍ରମ କରିବାକୁ ପୂର୍ବରୁ ପ୍ରାୟ ୩ରୁ ସାଢେ ୩ ଘଂଟା ସମୟ ଲାଗୁଥିଲା । ଯାହା କି କାମ ସମ୍ପୂର୍ଣ୍ଣ ହେବା ପରେ ଅଧଘଣ୍ଟା ଭିତରେ ଏହି ପଥ ଅତିକ୍ରମ କରିହେବ । ଏହାସହ ପ୍ରବଳ ବରଫପାତ ଯୋଗୁଁ ନଭେମ୍ବରରୁ ମେ’ ମାସ ଯାଏଁ ବନ୍ଦ ରହୁଥିବା ରାସ୍ତା ଏବେ ସବୁବେଳେ ଖୋଲା ରହିବ । ୧୪ କିଲୋମିଟର ଲମ୍ବ ଏହି ଜୋଜିଲା ଟନେଲରୁ ସ୍ଥିତି ପରଖିଛି କନକ ନ୍ୟୁଜ୍ ।

ଜାମ୍ମୁ-କାଶ୍ମୀରରୁ ଲେହ-ଲଦାଖକୁ ସଂଯୋଗ କରୁଥିବା ନିର୍ମାଣାଧୀନ ସୁଡଙ୍ଗ ବା ଟନେଲ ବୟାନ କରୁଛି ଯେ ଏହି ଦୁର୍ଗମ ଇଲାକାକୁ ଭାରତ ଖୁବଶୀଘ୍ର ଏକ ସୁଗମ ଅଞ୍ଚଳରେ ପରିବର୍ତ୍ତନ କରିବ । ଶ୍ରୀନଗର ସହିତ ଲେହ-ଲଦାଖକୁ ସଂଯୋଗ କରୁଥିବା ୧୪ କିଲୋମିଟର ଲମ୍ବ ବିଶିଷ୍ଟ ଜୋଜିଲା ଟନେଲ ପ୍ରତିରକ୍ଷା ଦୃଷ୍ଟିକୋଣରୁ ଯେତିକି ଗୁରୁ୍ତ୍ୱପୂର୍ଣ୍ଣ ଅର୍ଥନୈତିକ ଦୃଷ୍ଟିକୋଣରୁ ବି ସେତିକି ଗୁରୁତ୍ୱପୂର୍ଣ୍ଣ ।

ମଙ୍ଗଳବାର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ପହଞ୍ଚି ଏହି ନିର୍ମାଣଧୀନ କାମର ଅନୁଧ୍ୟାନ କରିଥିଲେ । ୯.୫ ମିଟର ଚଉଡା ଓ ୭.୫୭ ମିଟର ଉଚ୍ଚତା ବିଶିଷ୍ଟ ଏହି ଟନେଲ ପାଇଁ ଖର୍ଚ୍ଚ ହେବ ପ୍ରାୟ ୬ ହଜାର କୋଟି ଟଙ୍କା ଏବଂ ୨୦୨୩ରେ ଏହାର ନିର୍ମାଣ କାମ ଶେଷ ହେବ । ନିୟନ୍ତ୍ରଣ ରେଖା ଠାରୁ ଅତି ନିକଟରେ ଥିବା ଏହି ଜୋଜିଲା ପାସକୁ ଅତିକ୍ରମ କରିବା ପାଇଁ ଆଗକୁ ୩ରୁ ସାଢେ ୩ ଘଣ୍ଟା ଲାଗୁଥିଲା । କିନ୍ତୁ କାମ ସମ୍ପୂର୍ଣ୍ଣ ହେବା ପରେ ଅଧଘଂଟା ଭିତରେ ଏହି ପଥ ଅତିକ୍ରମ କରିହେବ ।

ନଭେମ୍ବରରୁ ମେ ମାସ ଯାଏଁ ଏହି ରାସ୍ତା ଜୋଜିଲା- ପାସ ବରଫରେ ବନ୍ଦ ରହୁଥିଲା । ଏଠାରେ ତାପମାତ୍ରା ଏହି ସମୟରେ ମାଇନସ ୪୦ ଡିଗ୍ରୀ ସେଲସିୟସ ଯାଏଁ ବି ଚାଲିଯାଏ । କାମ ସରିବା ପରେ ଜୋଜିଲା ପାସ, ଜୋଜିଲା ଟନେଲରେ ରୂପାନ୍ତରିତ ହେବ ଏବଂ ଯାତାୟତ, ଅର୍ଥନୈତିକ ଓ ପ୍ରତିରକ୍ଷା ଦୃଷ୍ଟିକୋଣରୁ ଏକ ବଡ ପରିବର୍ତ୍ତନ ହେବ ।