କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସବୁବେଳେ ନିଜର ସ୍ପଷ୍ଟ କଥାବାର୍ତ୍ତା ପାଇଁ ଚର୍ଚ୍ଚାରେ ରହିଥାନ୍ତି । କେବେ ନିଜ ସରକାରଙ୍କ ବିରୋଧରେ ତ କେବେ କଠୋର ବାସ୍ତବତା ସପକ୍ଷରେ କହି ଗଣମାଧ୍ୟମର ଶିରୋନାମା ପାଲଟିଥାନ୍ତି ଗଡକରୀ । ହେଲେ ଏବେ ସେ ଏଭଳି ଏକ ବୟାନ ଦେଇଛନ୍ତି ଯାହା ପାଇଁ ଏବେ ସେ ନିଜେ ଘେରାବନ୍ଦୀ ଭିତରକୁ ଆସିଯାଇଛନ୍ତି ।

Advertisment

ନାଗପୁର ଠାରେ ମାହାରାଷ୍ଟ୍ର ୟୁନିଭରସିଟିର ହେଲଥ ସାଇନ୍ସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏଠାରେ ସେ ଅଭିଭାଷଣ ଦେବା ବେଳେ କହିଥିଲେ କି ଆଇନ କେବେ ଗରିବଙ୍କ ପାଇଁ ହେଉଥିିବା ଭଲ କାମରେ ବାଧକ ସାଜିବା ଉଚିତ ନୁହେଁ । ସରକାରଙ୍କର ଆଇନ ଭାଙ୍ଗିବା ବା ତାକୁ ସମାପ୍ତ କରିବାର କ୍ଷମତା ରହିଛି । ଏକଥା ସେ କହୁ ନାହାଁନ୍ତି ବରଂ ମହାତ୍ମା ଗାନ୍ଧୀ କହିଥିଲେ ବୋଲି ଗଡକରୀ କହିଛନ୍ତି । ସେ ଗାନ୍ଧୀ କହିଥିବା କହି ଏକଥା ମଧ୍ୟ କହିଛନ୍ତି କି କର୍ମଚାରୀଙ୍କ କହିବା ମୁତାବକ ସରକାର ଚାଲିବା ଆବଶ୍ୟକ ନୁହେଁ । ଗାନ୍ଧୀଙ୍କ କହିବା ମୁତାବକ ଆଇନ ଯଦି ଗରିବ ଲୋକଙ୍କ ବିକାଶ ରାସ୍ତାରେ ବାଧା ଶ୍ରୁଷ୍ଟି କରେ ତେବେ ତାହାକୁ ଭାଙ୍ଗିବା ବେଆଇନ ନୁହେଁ ।

ସେପଟେ ଗଡକାରୀ ୧୯୯୫ ମସିହାରେ ମହାରାଷ୍ଟ୍ରରେ ମନୋହର ଜୋଷୀ ସରକାରଙ୍କ ସମୟରେ ନିଜର ଅଭିଜ୍ଞତା ବଖାଣିବାକୁ ଯାଇ କହିଛନ୍ତି କି, ମୁଁ ସବୁବେଳେ ଅଡ଼ିସର ମାନଙ୍କୁ କହିଥାଏ କି ଆପଣଙ୍କ କହିବା ମୁତାବକ କାମ ହୋଇପାରିବ ନାହିଁ ବରଂ ଆପଣ କେବଳ ମୋ କଥାରେ ହିଁ ମାରିବେ । ଆପଣମାନଙ୍କ ମନ୍ତ୍ରୀ କହିବା କଥା ଲାଗୁ କରିବାକୁ ପଡିବ ବୋଲି ଗଡକରୀ ଅଫିସରମାନଙ୍କୁ କହିଥିବା କଥା ସଭାରେ କହିଛନ୍ତି ।

ଏହାର ଉଦାହରଣ ଦେଇ ଗଡକରୀ କହିଛନ୍ତି କି ୧୯୯୫ ମସିହାରେ ମହାରାଷ୍ଟ୍ରର ଗଡଚିରୋଲିରେ ହଜାର ହଜାର ଆଦବାସୀ ପିଲା କୁପୋଷଣରେ ଶିକାର ହୋଇଗଲେ । ହେଲେ ସହାୟତା ପହଂଚାଇବାକୁ ଗାଁ ଗୁଡିକୁ ରାସ୍ତା ନଥିଲା । ସେପଟେ ରାସ୍ତା ନିର୍ମାଣକରିବା କଥା ଚିନ୍ତା କରିବା ବେଳେକୁ ଜଙ୍ଗଲ ଆଇନ ବାଧକ ସାଜିଥିଲା । ଏହି ସମୟରେ ଆଇନ ଭାଙ୍ଗି ରାସ୍ତା ନିର୍ମାଣ କରିବା ନା ଆଇନକୁ ମାନି କୋଷଷଣର ଶିକାର ପିଲାଙ୍କ ହାତ ଛାଡିଦେବା । କେଉଁଟା ଉଚିତ ବୋଲି ସେ ସଭାରେ ପ୍ରଶ୍ନ କରିଥିଲେ ।