ନିର୍ବାଚନ ସଭାରେ ଭାଷଣ ଦେଉଥିଲେ, ହଠାତ୍ ମଞ୍ଚ ଉପରେ ବେହୋସ ହୋଇଗଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

276

ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ପୁଣିଥରେ ବେହୋସ ହୋଇପଡିଛନ୍ତି । ଗଡକରୀ ଶିରିଡିର ଏକ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ ଭାଷଣ ଶେଷ ସମୟରେ ବେହୋସ ହୋଇପଡିଥିଲେ । ପରେ ମଞ୍ଚ ଉପରେ ଥିବା ଲୋକମାନେ ନୀତିନ ଗଡକରୀଙ୍କୁ ଧରିନେବା ସହ ଚୌକିରେ ବସାଇଥିଲେ । ସଭା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଏବେ ସୁଧାର ଆସିଥିବା ଜଣାପଡିଛି ।

ଏହାପୂର୍ବରୁ ଅନେକ ବାର ସଭା କରୁଥିବା ସମୟରେ ନୀତିନ ଗଡକରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିବା ଖବର ସାମ୍ନାକୁ ଆସିଛି । ଏପରିକି ଏହା ପୂର୍ବରୁ ନାଗପୁରରେ ମଧ୍ୟ ଏକ ସଭାରେ ଜାତୀୟ ସଙ୍ଗୀତ ବୋଲୁଥିବା ବେଳେ ହଠାତ ବେହୋସ ହୋଇପଡିଥିଲେ ନୀତିନ । ନାଗପୁରରୁ ସାଂସଦ ଥିବା ନୀତିନ କେନ୍ଦ୍ର ସରକାରରେ ସଡକ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ।