କନକ ବ୍ୟୁରୋ : ପୂର୍ବରୁ ପାଠ ପଢିବା ପାଇଁ ଲୋକେ ମୋଟା ମୋଟା ବହିକୁ ବ୍ୟବହାର କରୁଥିଲେ । ପରେ ସମୟ ବଦଳିବା ସହିତ ଲୋକେ ବି ପରିବର୍ତ୍ତନ ହେବାରେ ଲାଗିଲେ । ଟେକ୍ନଲୋଜି କ୍ଷେତ୍ରରେ ବିଶ୍ୱ ଆଗକୁ ବଢୁଥିବା ବେଳେ ଲୋକେ ପାଠ ପଢିବା ପାଇଁ ବହି ଛାଡି ଇ-ବୁକ୍ କିମ୍ବା ମୋବାଇଲ୍ ଫୋନର ବ୍ୟବହାର କରିବାକୁ ଲାଗିଲେ । ତଥାବି ଏତିକିରେ ଅଟକିଯାଇନି ମଣିଷ । ଏବେ ଏପରି ଏକ ଚଷମା ତିଆରି କରାଯାଇଛି, ଯାହାକୁ ଲୋକେ ଆଖିରେ ପିନ୍ଧି ସବୁ ପ୍ରକାର ବହି ପଢିପାରିବେ । ଆସନ୍ତୁ ଜାଣିବା ଏହା କିପରି ସମ୍ବବ ହୋଇପାରିଛି...

Advertisment

SOI ନାମକ ଏକ ରିଡିଙ୍ଗ୍ ଟେକ୍ନୋଲୋଜି କମ୍ପାନୀ SOI ରିଡର ଡିଭାଇଜ୍ ପ୍ରସ୍ତୁତ କରିଛି । ଯାହା ଦେଖିବାକୁ ପୁରାପୁରି ଚଷମା ଭଳି । ଏହି ଡିଭାଇଜରେ ଏକ ସାଇଡ୍ ଲାଇଟ୍ ଇ-ଇଙ୍କ୍ ଫିଚର୍ସ ଲଗାଯାଇଛି । ଏହି ଫିଚର୍ସ କିଂଡଲ ବି ଇ-ରିଜର୍ସ ଫିଚର୍ସ ଭଳି ହୋଇଥାଏ । ଏହାର ସାଇଜ୍ ୧.୩ ଇଞ୍ଚ୍ ଏବଂ ଏଥିରେ ୨୫୬ ଞ୍ଚ ୨୫୬ ରେଜୁଲେସନ୍ ରହିଛି । ଏହି ଡିଭାଇଜରେ ୬୪ଜିବିର ଇଣ୍ଟରଲାନ୍ ଷ୍ଟୋରେଜ୍ ଦିଆଯାଇଛି । ଯେଉଁଥିରେ ଅନେକ ମଲ୍ଟି ରିଡିଙ୍ଗ୍ ବୁକ୍ ଏବଂ ଅନ୍ୟାନ୍ୟ ଜିନିଷ ଆଡ୍ ହୋଇପାରିବ । ଏହି ଡିଭାଇଜର ଜବରଦସ୍ତ ବ୍ୟାଟେରୀ ପାୱାର ମଧ୍ୟ ରହିଛି । ଗୋଟିଏ ଥର ଚାର୍ଜ ହେଲେ ଆରମରେ ୨୫ଘଣ୍ଟା ଯାଏଁ ପଢିପାରିବେ । ଏହା ସହିତ ଏହି ଡିଭାଇଜ୍ ବ୍ଲୁଟୁଥ୍ ଦ୍ୱାରା ଫୋନ ସହ ମଧ୍ୟ କନେକ୍ଟ ହୋଇପାରିବ । ତେବେ ଏହାର ମୂଲ୍ୟ ୩୫୦ ୟୁଏସ୍ ଡଲାର୍ ବା ଭାରତୀୟ ମୁଦ୍ରାରେ ୨୮.୮୫୨ଟଙ୍କା ରହିଛି ।