କନକ ବ୍ୟୁରୋ : ସନ୍ନି ଦେଓଲଙ୍କ ସୁପର ଡୁପର ହିଟ୍ ଫିଲ୍ମ ‘ଗଦ୍ଦର’ର ଅପାର ସଫଳତା ପରେ ଏହାର ଦ୍ବିତୀୟ ଭାଗ ‘ଗଦ୍ଦର ୨’ ଆଗାମୀ ଅଗଷ୍ଟ ୧୧ ତାରିଖରେ ରିଲିଜ ହେବାକୁ ଯାଉଛି । ଏହାକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି । ଏହା ଜଣା ପଡିଛି ୧ ଅଗଷ୍ଟରୁ ଆରମ୍ଭ ହେଇଥିବା ଏହାର ଆଡଭାନ୍ସ ବୁକିଂରୁ । ବୁକିଂର ପ୍ରଥମ ଦିନରେ ହିଁ ରେକର୍ଡ ସଂଖ୍ୟକ ଟିକେଟ ବିକ୍ରି ହୋଇ ଯାଇଥିଲା । ଆଡଭାନ୍ସ ବୁକିଂର ଫଳାଫଳରୁ ଜଣା ପଡୁଛି ଯେ ଏହି ଫିଲ୍ମ ନିଶ୍ଚୟ ଭଲ ବିଜିନେସ କରିବ । ଫିଲ୍ମର ଟ୍ରେଲର ଏବଂ ଗୀତଗୁଡ଼ିକ ଲୋକଙ୍କ ପାଖରେ ଆଦୃତ ହୋଇ ସାରିଲାଣି । ଫିଲ୍ମର ଅଗ୍ରୀମ ବୁକିଂ ସମ୍ବନ୍ଧରେ ଯେଉଁ ଆକଳନ ଆସିଛି ସେହି ତଥ୍ୟ ଅନୁସାରେ ଏହା କୁହାଯାଉଛି ଯେ ଅକ୍ଷୟ କୁମାରଙ୍କ 'ଓ ମାଇଁ ଗଡ- ୨' ଓ 'ଗଦର ୨' ମଧ୍ୟରେ ମଧ୍ୟରେ କଡ଼ା ମୁକାବିଲା ହେବ ।

Advertisment

ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ 'ଗଦର ୨' ହେଉଛି ଏକ ଆକ୍ସନ୍ ଭିତିକ ଚଳଚ୍ଚିତ୍ର । ଯେଉଁଥିରେ ପୁଣି ଥରେ ସନ୍ନି ଦେଓଲଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିବ । ସନ୍ନି ଦେଓଲ୍ ପ୍ରଶଂସକ ଏହି ଚଳଚ୍ଚିତ୍ରର ରିଲିଜ୍ ପାଇଁ ଅତ୍ୟନ୍ତ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଭାରତର ଜଣାଶୁଣା ଚଳଚ୍ଚିତ୍ର ସମାଲୋଚକ ‘ତରନ ଆଦର୍ଶ’ ଗଦାର ୨ ର ରିଲିଜ ଦିନ ପାଇଁ କେତେ ଟିକେଟ ବିକ୍ରି ହୋଇଛି ସେ ସମ୍ବନ୍ଧରେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଟୁଇଟ୍ ଅନୁଯାୟୀ, 'ଗଦର ୨' ଏହାର ଉଦଘାଟନୀ ଦିନରେ ମଲ୍ଟିପ୍ଲେକ୍ସ ଗୁଡିକରେ ୩୦,୦୫୦ ଟିକେଟ୍ ବିକ୍ରି ସରିଛି । ସେ କହିଛନ୍ତି ଯେ ୰ଚଠଜ ରେ ୧୨,୧୦୦ ଟିକେଟ୍, ଆଇନକ୍ସରେ ୮୬୦୦ ଏବଂ ସିନେପୋଲିସରେ ୯୩୫୦ ଟିକେଟ୍ ବିକ୍ରି ହୋଇଛି । ଏଗୁଡ଼ିକ କେବଳ ମୁକ୍ତିଲାଭ କରିବା ଦିନ ୧୧ ଅଗଷ୍ଟର ସଂଖ୍ୟା ।

'ଗଦର ୨'ର ଅଗ୍ରୀମ ବୁକିଂ ପ୍ରତିକ୍ରିୟାକୁ ଦେଖିଲେ ଏହା ମନେହେଉଛି ଯେ ଯେ 'ପଠାନ' ପରେ 'ଗଦର ୨' ହିନ୍ଦୀ ବେଲ୍ଟରେ ବହୁତ ଭଲ ବ୍ୟବସାୟ କରିବ । ଚଳଚ୍ଚିତ୍ର ସମାଲୋଚକ ରାଜ ବାନସାନ୍ ‘ଜାଗ୍ରନ୍ ଡଟ୍କମ୍’ ସହ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ 'ଗଦର ୨' ରିଲିଜ ଦିନରେ ୧୫ କୋଟିରୁ ଅଧିକ ବ୍ୟବସାୟ କରିବ ।

ନିକଟରେ ଫିଲ୍ମର 'ମେଁ ନିକଲା ଗାଡି ଲେକେ' ଗୀତ ମୁକ୍ତିଲାଭ କରିଥିଲା। ଏହି ଗୀତଟିକୁ ପିତା-ପୁତ୍ର ଯୋଡି ଉଦିତ ନାରାୟଣ ଏବଂ ଆଦିତ୍ୟ ନାରାୟଣ ଗାଇଛନ୍ତି। ଏହି ଗୀତକୁ ଉଦିତ ନାରାୟଣ ଫିଲ୍ମ 'ଗଦର'ରେ ମଧ୍ୟ ଗାଇଥିଲେ। ଏହାପୂର୍ବରୁ 'ଉଡ଼ ଯା କାଲେ କାୱାନ' ଗୀତ ମଧ୍ୟ ଏକ ନୂଆ ରଙ୍ଗରେ ମୁକ୍ତିଲାଭ କରିଥିଲା। ଏହା ବ୍ୟତୀତ ଅରିଜିତ ସିଂଙ୍କ ସୁମଧୁର ସ୍ୱରରେ 'ଖରିୟତ' ମଧ୍ୟ ଲୋକଙ୍କ ହୃଦୟକୁ ସ୍ପର୍ଶ କରିଛି। ଟ୍ରେଲର ବ୍ୟତୀତ 'ଗଦର ୨'ର ଗୀତଗୁଡ଼ିକ ମଧ୍ୟ ଅନୁକୂଳ ପରିବେଶ ସୃଷ୍ଟି କରିସାରିଛି ।