କନକ ବ୍ୟୁରୋ : ବଡ ପରଦାରେ ଗଦ୍ଦର ଟୁ । ଗଦ୍ଦର ଏକ ପ୍ରେମ କଥା ରିଲିଜକୁ ୨୨ବର୍ଷ ପୂରିଛି । ଏବେ ପୁଣି ଥରେ ଭିନ୍ନ ଏକା କାହାଣୀ ସହ ଗଦ୍ଦର ଟୁ ଦର୍ଶକଙ୍କ ନିକଟରେ ପହଁଚିଛି । ସିନେମା ଜରିଆରେ ଏକାଠି ପୁଣି ଫେରିଛନ୍ତି ବହୁ ଚର୍ଚ୍ଚିତ କଳାକାର ଯୋଡି ତାରା ସିଂ ଓ ସକୀନା । ମୁକ୍ତିଲାଭର ପ୍ରଥମଦିନ ପ୍ରଥମ ଶୋରୁ ହିଁ ଦର୍ଶକ ଗଦ୍ଦର ଟୁ କୁ ବେଶ ପସନ୍ଦ କରିଛନ୍ତି । ସବୁଠୁୁ ଅଧିକ ଧ୍ୟାନ ଆକର୍ଷଣ କରିଛି ତାରା ସିଂ ଉର୍ଫ ସନ୍ନି ଦେଓଲଙ୍କ ଦମଦାର ଡାଇଲଗ । ସେପଟେ ସକିନା ଚରିତ୍ରରେ ଅମିଷା ପଟେଲଙ୍କ ଅଭିନୟ ମଧ୍ୟ ଦର୍ଶକ ଭଲ ପାଇବା ଦେଇଛନ୍ତି । ଦେଶର ବିଭିନ୍ନ ପ୍ରେକ୍ଷାୟଳରେ ଗଦ୍ଦର ଟୁୁ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ସିନେମାର ପ୍ରଥମଭାଗରେ ଉଭୟ ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ଯେଉଁ ଚମକ୍ରାର ଅଭିନୟ ଦେଖିବାକୁ ମିଳିଥିଲା ଦ୍ୱିତୀୟ ଭାଗରେ ମଧ୍ୟ ସେମିତି କିଛି ନୂଆ ସ୍ୱାଦର କାହାଣୀ ଓ ଅଭିନୟ ଦେଖିବାକୁ ମିଳିଛିି । ସନ୍ନି ଓ ଅମିଷାଙ୍କ ବ୍ୟତିତ ଉତ୍କର୍ଷ ଶର୍ମାଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ସିନେମାରେ ଦେଖିବାକୁ ମିଳିଛି । ସିନେମାର ଉଭୟ ପ୍ରଯୋଜନା ଓ ନିର୍ଦ୍ଦେଶନା ଭାର ଅନିଲ ଶର୍ମା ତୁଲାଇଛନ୍ତି ।

ଗଦ୍ଦର ଟୁକୁ ଦେଖିବା ପାଇଁ ପ୍ରେକ୍ଷାଳୟରେ ଯେତିକି ଭିଡ ଜମିଛି ସେତିକି ଭାଇରାଲ ସୋସିଆଲ ମିଡିଆରେ ହେଉଛି । ଦର୍ଶକମାନେ ନିଜର ନିଜର ମତାମତା ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଅଧିକାଂଶ ଦର୍ଶକ ଗଦ୍ଦର ଟୁକ ପସନ୍ଦ କରୁଥିବା ଜଣାପଡିଛି ।