କନକ ବ୍ୟୁରୋ : ଜଗା ସେବାରେ ମହିଳା ସେବକ ଯାଜପୁର ଗଡ ମଧୁପୁର ରାଣୀ ଅପର୍ଣ୍ଣା ଧୀର ନରେନ୍ଦ୍ର ସିଂ ନିଜ ରାଜବଂଶର ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କ ସେବାର ସୁଯୋଗ ପାଇଛନ୍ତି । ଗଡ଼ ମଧୁପୁରର ରାଜା ବୀରବର କୃଷ୍ଣପ୍ରକାଶ ଧୀର ନରେନ୍ଦ୍ର ସିଂହଙ୍କର ୨୦୦୭ ମସିହା ଡିସେମ୍ବର ମାସ ୧୪ ତାରିଖରେ ବିୟୋଗ ହେବା ପର ଠାରୁ ତାଙ୍କ କନ୍ୟା ଜଗନ୍ନାଥଙ୍କ ସେବା କରି ଆସୁଛନ୍ତି ।
ରାଜା ବୀରବର କୃଷ୍ଣପ୍ରକାଶ ଧୀର ନରେନ୍ଦ୍ର ସିଂହଙ୍କ ଉତାରାଧିକାରିଣୀ ଭାବେ ଅପର୍ଣ୍ଣା, ୨୦୦୮ ଜାନୁଆରୀ ୨୩ରେ ରାଜଗାଦିରେ ବସିଥିଲେ । ସେବେଠାରୁ ୧୫ ବର୍ଷ ହେଲା ରଥଯାତ୍ରାରେ ଜଗନ୍ନାଥଙ୍କ ଛେରା ପହଁରା ସହ ଅନ୍ୟାନ୍ୟ ସେବା କରି ଆସୁଛନ୍ତି । ତେବେ ଭଗବାନଙ୍କ ସେବା ପାଇଁ ସୁଯୋଗ ମିଳିଥିବାରୁ ସେ ନିଜକୁ ଭଗ୍ୟବାନ ମନେ କରିବା ସହ ତାଙ୍କ ଅନ୍ତେ ତାଙ୍କ ଝିଅ ଏହି ସେବା ଜାରି ରଖିବେ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/26_00000-4.jpg)