କନକ ବ୍ୟୁରୋ : ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଜି-୨୦ ସମ୍ମିଳନୀର ଆୟୋଜନ କରାଯାଇଛି । ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଜି-୨୦ ବୈଠକ ହେବାର ଅଛି । ଏଥିରେ ବିଶ୍ୱର ଅନେକ ବଡ଼ ବଡ଼ ନେତା ସାମିଲ ହେବେ । ବିଭିନ୍ନ ଦେଶ ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Advertisment

ଜୋ ବାଇଡେନଙ୍କ ସହ ମରିସସ୍, ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଜି-୨୦ ସମ୍ମିଳନୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ପ୍ରସଙ୍ଗରେ ବିଶ୍ୱର ପ୍ରମୁଖ ନେତା ଆଲୋଚନା କରିବେ । ଏଥିପାଇଁ ଆସନ୍ତାକାଲିଠାରୁ ବିଶ୍ୱନେତା ଭାରତ ପହଞ୍ଚିବା ଆରମ୍ଭ କରିବେ ।

ଜି-୨୦ ସମ୍ମିଳନୀ : ସାମିଲ ହେବେ ବିଶ୍ୱ ନେତା?

- ଜି-୨୦ ସମ୍ମିଳନୀରେ ଚୀନ୍ ପ୍ରଧାନମନ୍ତ୍ରୀ ଲି କ୍ୱାଙ୍ଗ ଚୀନ୍କୁ ପ୍ରତିନିଧିତ୍ୱ କରିବେ
- ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଯୋଗଦେବେ ନାହିଁ ବୋଲି ଚୀନ୍ ସ୍ପଷ୍ଟ କରିଛି
- ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ଭାରତ ଗସ୍ତ କରିବେ ଋଷି ସୁନକ୍
- ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ସମ୍ମିଳନୀରେ ସାମିଲ ହେବେ
- କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ ମଧ୍ୟ ଜି-୨୦ ବୈଠକରେ ଯୋଗଦେବେ
- ଜାପାନ ପ୍ରଧାନମନ୍ତ୍ରୀ, ଦକ୍ଷିଣ କୋରିଆ ଓ ଫ୍ରାନ୍ସ ରାଷ୍ଟ୍ରପତି ମଧ୍ୟ ସାମିଲ ହେବେ
- ଦକ୍ଷିଣ ଆଫ୍ରିକା, ତୁର୍କୀ, ଆର୍ଜେଣ୍ଟିନା ଓ ନାଇଜେରିଆ ରାଷ୍ଟ୍ରପତି ଜି-୨୦ ବୈଠକକୁ ଆସିବେ