କନକ ବ୍ୟୁରୋ : ଜି-୨୦ ସମ୍ମିଳନୀ ପାଇଁ କେନ୍ଦ୍ର ସରକାରଙ୍କର ଜୋରଦାର ପ୍ରସ୍ତୁତି । ଯେମିତି କୌଣସି ସମସ୍ୟା ନ ଉପୁଜେ ସେଥିପ୍ରତି ଦୃଷ୍ଟି ଦେବାକୁ କରାଯାଉଛି ସମସ୍ତ ପ୍ରକାର ଉଦ୍ୟମ । ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ ଓ ଏନସିଆର । ଏହାରି ଭିତରେ ବିଦେଶୀ ଅତିଥିଙ୍କ ଆତିଥ୍ୟକୁ ବିଶେଷ ଧ୍ୟାନ ଦିଆଯିବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କଠାରୁ ଆରମ୍ଭ କରି ଅନେକ ଦେଶର ପ୍ରତିନିଧି ସାମିଲ ହେବେ । ଯେଉଁମାନଙ୍କୁ ପରଷା ଯିବ ଭଳିଳି ଭଳି ସୁସ୍ୱାଦୁ ବ୍ୟଞ୍ଜନ ।

Advertisment

ଆଉ ବଡ଼ କଥା ମିଲେଟରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ପରସା ଯିବ । ସବୁ ଦିଗକୁ ଦୃଷ୍ଟିରେ ରଖି ଖାଦ୍ୟ ସାମଗ୍ରୀର ଏକ ତାଲିକା ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି ଶେଫ୍ । ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଭାରତରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ସମ୍ମିଳନୀରେ ଯୋଗ ଦେଉଥିବା ବିଶ୍ୱନେତା ଓ ପ୍ରତିନିଧିମାନଙ୍କୁ ମିଲେଟ୍ରୁ ପ୍ରସ୍ତୁତ ଖାଦ୍ୟ ପରଷିବାର ଯୋଜନା ରହିଛି ।

ପ୍ରକୃତରେ ମିଲେଟକୁ ଅତ୍ୟନ୍ତ ପୁଷ୍ଟିକର ଏବଂ ପରିବେଶ ଅନୁକୂଳ ଖାଦ୍ୟ ବୋଲି କୁହାଯାଏ । ଜି୨୦ ଇଣ୍ଡିଆର ସ୍ୱତନ୍ତ୍ର ସଚିବ ମୁକ୍ତେଶ ପରଦେଶୀ କହିଛନ୍ତି, ବିଦେଶୀ ନେତା ରହୁଥିବା ହୋଟେଲରେ ମିଲେଟରୁ ନୂଆ ବ୍ୟଞ୍ଜନ ପ୍ରସ୍ତୁତ କରିବା ପାଇଁ ପ୍ରତିଯୋଗିତା ଚାଲିଛି । ଏହା ସହିତ ଜି-୨୦ ବୈଠକରେ ଯୋଗ ଦେଉଥିବା ନେତାଙ୍କୁ ଉପହାର ଦେବା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି ।