କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ବର ମାସରେ ବହୁପ୍ରତିକ୍ଷିତ ଜି-୨୦ର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକକୁ ନେଇ ଦିଲ୍ଲୀରେ ପ୍ରସ୍ତୁତି ଜୋରଦାର ହେବାରେ ଲାଗିଛି । ଜି-୨୦ ସମିଟ ପାଇଁ ଦିଲ୍ଲୀ ସରକାର ୮, ୯, ୧୦ ତାରିଖ ତିନିଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ଦିଲ୍ଲୀ ସରକାର ଏବଂ ଏମସିଡିର ସମସ୍ତ ଦପ୍ତର ଏହି ତିନି ଦିନ ବନ୍ଦ ରହିବ । ଏହା ସହ ସମସ୍ତ ସ୍କୁଲ ମଧ୍ୟ ତିନି ଦିନ ପାଇଁ ବନ୍ଦ ରହିବ । ଦିଲ୍ଲୀ ପୁଲିସ ଟ୍ରାଫିକ ନେଇ ମଧ୍ୟ ଆଡଭାଇଜରୀ ଜାରିକରିଛି । ପୁଲିସ ପକ୍ଷରୁ ନୂଆଦିଲ୍ଲୀ ଜିଲ୍ଲାରେ ଥିବା ସମସ୍ତ ବ୍ୟାଙ୍କ ବିତ୍ତୀୟ ସଂସ୍ଥା ବନ୍ଦ ନେଇ ଘୋଷଣା କରାଯାଇଛି । ପୂର୍ବରୁ ପୁଲିସ ଦ୍ୱାରା ଚିହ୍ନିତ ଦୋକନ ଏବଂ ବ୍ୟବସାୟିକ ସ୍ଥାନକୁ ବନ୍ଦ ରଖିବାକୁ ମଧ୍ୟ ଘୋଷଣା କରାଯାଇଛି ।

Advertisment

ଆସନ୍ତା ମାସରେ ୩ ଦିନ ଯେପରି ସାଧାରଣ ଲୋକଙ୍କୁ କୌଣସି ଅସୁବିଧା ଭୋଗିବାକୁ ନ ପଡେ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଏକ ଭର୍ଚ୍ଚୁଆଲ ହେଲପଡେସ୍କ ତିଆରି କରାଯାଇଛି । ଏହି ହେଲପ ଡେସ୍କ ଜରିଆରେ ଆପଣ ଅଲଗା ଅଲଗା ରୁଟର ସୂଚନା ମିଳିପାରିବ । ନୂଆଦିଲ୍ଲୀକୁ ଆସିବା ପାଇଁ ଲୋକଙ୍କୁ ମେଟ୍ରୋର ଉପଯୋଗ କରିବା ପରାମର୍ଶ ଦିଆଯାଇଛି । ମେଟ୍ରୋ ସେବା ଉପରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ ।

ଡିସେମ୍ବର ୭ ତାରିଖ ରାତିରୁ କମର୍ସିଆଲ ଗାଡିର ପ୍ରବେଶ ନୂଆଦିଲ୍ଲୀ ଅଞ୍ଚଳରେ ବାରଣ କରାଯାଇଛି । ତେବେ ଜରୁରୀ ସାମଗ୍ରୀ ଆଣିବାକୁ ଯାଉଥିବା ଗାଡିଉପରେ କୌଣସି ପ୍ରତିବନ୍ଧକ ଲାଗିନାହିଁ । ଏନଡିଏମସି ଅଞ୍ଚଳରେ ବସ ଚାଲିବ ନାହିଁ । ଯଦି ଏହି ତିନିଦିନ ବିମାନବନ୍ଦର ଯିବା ପାଇଁ ଆପଣ ଚାହୁଁଛନ୍ତି ତେବେ ମେଟ୍ରୋର ବ୍ୟବହାର କରିପାରିବେ । ଯଦି ନିଜ ଗାଡିରେ ଯାଉଛନ୍ତି ତେବେ ହାତରେ ସମୟ ରଖି ଯିବାଆସିବା କରନ୍ତୁ । କାରଣ ଭିଆଇପିଙ୍କ ଯୋଗୁ ଜାମସ୍ଥିତି ଦେଖାଦେଇପାରେ ।