G-20 ଶିଖର ସମ୍ମିଳନୀକୁ ଭାରତ ଏପରି ଏକ କୂଟନୈତିକ ଆୟୋଜନରେ ପରିଣତ କରିଦେଇଛି ଯାହା ପୂର୍ବରୁ କେବେ ହୋଇନଥିଲା ।

Advertisment

G-20ର ସଫଳତା ପାଇଁ ବିଗତ ବର୍ଷେ ଧରି ୬୦ଟି ଭାରତୀୟ ସହରରେ ୨୦୦ ସଭାର ଆୟୋଜନ କରାଯାଇଥିଲା ।

ଏହି ସମ୍ମିଳନୀରେ ଭାଗ ନେବାକୁ ବିଶ୍ବର ନେତୃବର୍ଗ ଦିଲ୍ଲୀରେ ପହଞ୍ଚିବା ଜାରି ରଖିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଅନ୍ୟ ନେତାମାନେ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି ।

ଏହି ଶିଖର ସମ୍ମିଳନୀ ଶେଷରେ ସର୍ବସମ୍ମତିରେ ଏକ ମିଳିତ ବିବୃତ୍ତି ପ୍ରଦାନ କରିବାପାଇଁ ଭାରତ ଚେଷ୍ଟା କରିବ । ଯାହା ଏହି ସମ୍ମିଳନୀର ସଫଳତା ଉପରେ ନିର୍ଭର କରେ । ବିଭିନ୍ନ ପ୍ରକାର ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା ହେବାକୁ ଯାଉଛି । ଏଥିରେ ବହୁତ ଦେଶ ଦେଶ ମଧ୍ୟରେ ମତଭେଦ ରହିଛି । ଏହିସବୁ ପ୍ରସଙ୍ଗକୁ ସଫଳତାର ସହ ଉତଥାପନ କରି ସର୍ବସମ୍ମତି କ୍ରମେ ଏହାଉପରେ ବିବୃତିରଖିବା ଏବେ ଏକ ଚିନ୍ତାଜନକ ବିଷୟ ହେଇଯାଇଛି ।

ମିଳିତ ବିବୃତ୍ତି ଦିଆଯାଇ ପାରିବ  କି ?

ସମ୍ମିଳନୀ ଶେଷରେ ଭାରତ ଏକ ମିଳିତ ବିବୃତ୍ତି ଜାରି କରିବା ପାଇଁ ଚେଷ୍ଟା କରୁଛି । ଯଦି ଏହି ସମ୍ମିଳନୀ ବିନା କୌଣସି  ମିଳିତ ବିବୃତିରେ ସମାପ୍ତ ହୁଏ, ତେବେ ଏହା ପ୍ରଥମ ଥର ପାଇଁ ଘଟିବ । କିନ୍ତୁ ଏକ ମିଳିତ ବିବୃତ୍ତି ଜାରି କରିବା G20 ପାଇଁ ଏତେ ସହଜ ନୁହେଁ କାରଣ ଅନେକ ଦେଶ ଅନେକ ପ୍ରସଙ୍ଗରେ ବିଭକ୍ତ ।  ଏମାନଙ୍କ ମଧ୍ୟରେ ସବୁଠାରୁ ବଡ ପ୍ରସଙ୍ଗ ହେଉଛି ୟୁକ୍ରେନ ଯୁଦ୍ଧ ।

ଗତ ବର୍ଷ ଇଣ୍ଡୋନେସିଆରେ ହେଇଥିବା G-20 ଶିଖର ସମ୍ମିଳନୀରେ ରୁଷ-ୟୁକ୍ରେନ ଯୁଦ୍ଧର ବିଷୟ ପ୍ରମୁଖ ଥିଲା କିନ୍ତୁ ଆୟୋଜକ ମାନେ ଚତୁରତାର ସହ ଏକ ମିଳିତ ବିବୃତି ଘୋଷଣା କରିବାରେ ସଫଳ ହୋଇଥିଲେ ।

କିନ୍ତୁ ଏ ବର୍ଷ ପରିସ୍ଥିତି ଭିନ୍ନ ଅଛି । ଚଳିତବର୍ଷ G-20 ଶିଖର ସମ୍ମିଳନୀରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ତାଙ୍କର ଚୀନ୍ ପ୍ରତିପକ୍ଷ ସି ଜିନପିଙ୍ଗ ଯୋଗ ଦେଉନାହାଁନ୍ତି । ଏଥିପାଇଁ ନିଷ୍ପତ୍ତି ନେବା ଟିକେ କଷ୍ଟସାଧ୍ୟ ହୋଇପାରେ । ଏହି ସମ୍ମିଳନୀରେ ରୁଷର ବୈଦେଶିକ ମନ୍ତ୍ରୀ ସରଗେଇ ଲାଭ୍ରୋଭ ଏବଂ ଚୀନର ପ୍ରିମିୟର ଲି ଚିଆଙ୍ଗଙ୍କ ସେମାନକ ଦେଶର  ପ୍ରତିନିଧିତ୍ୱ କରିବେ । କିନ୍ତୁ ସେମାନେ ତାଙ୍କ ନେତାଙ୍କ ସହ ପରାମର୍ଶ ନକରି କୌଣସି  ନିଷ୍ପତି ନେଇପାରିବେ ନାହିଁ ।

ଚଳିତବର୍ଷ ପ୍ରାରମ୍ଭରେ G-20 ଦେଶମାନଙ୍କର ବୈଦେଶିକ ଓ ଅର୍ଥମନ୍ତ୍ରୀମାନଙ୍କ ବୈଠକ ବିନା କୌଣସି ସଂଯୁକ୍ତ ଘୋଷଣାପତ୍ରରେ ସମାପ୍ତ ହୋଇଥିଲା ।  ଏହା ସତ୍ତ୍ବେ ଭାରତ ବିଶ୍ବାସ ରଖିଛି ଯେ ୟୁକ୍ରେନ ପ୍ରସଙ୍ଗକୁ ସେ ସଫଳତାର ସହ କୂଟନୈତିକ ସମାଧାନ କରି ଏକ ସଂଯୁକ୍ତ ଘୋଷଣାପତ୍ର ଜାରି କରିପାରିବ ।

ଏହିପରି ବହୁ ବିଷୟ ରହିଛି ଯେଉଁଥିରେ ବହୁଦେଶ ମଧ୍ୟରେ ମତଭେଦ ରହିଛି ।

ବିଶେଷଜ୍ଞ ମାନଙ୍କ କହିବ ଅନୁସାରେ ମିଳିତ ଘୋଷଣାପତ୍ରର  ଅଭାବ ସମ୍ମିଳନୀର ବିଫଳତା ବୋଲି ଧରାଯାଏ ନାହିଁ କାରଣ ଭାରତ ଆୟୋଜକ ଭାବରେ ଏକ ସଂକ୍ଷିପ୍ତ ବିବୃତ୍ତି ଜାରି କରିପାରିବ । (ଆୟୋଜକ ଦେଶ ଏହା କରିପାରିବେ)। ଏଥିରେ ୯୦ ପ୍ରତିଶତ ପ୍ରସଙ୍ଗରେ ସହମତି ଦେଖିବାକୁ ମିଳେ ।

ଏହି ଶିଖର ସମ୍ମିଳନୀର ସଫଳତା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।  ଏହା ଭାରତକୁ ଏକ  ବିଶ୍ୱ ଶକ୍ତି ଭାବରେ ନିଜର ସ୍ଥିତିକୁ ଆହୁରି ସୁଦୃଢ  କରିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସଫଳ ବିଶ୍ବନେତା ଭାବେ ତାଙ୍କ ଭାବମୁର୍ତ୍ତିକୁ ଆହୁରି ଉଜ୍ଜଳ କରିପାରିବ ।

ଏହା କେବଳ ବହୁପକ୍ଷୀୟ ମଞ୍ଚରେ ଭାରତକୁ ବିଭିନ୍ନ ଭାରସାମ୍ୟ ରକ୍ଷା କରିବାର ଦକ୍ଷତା ପ୍ରଦର୍ଶନ କରିବ ନାହିଁ, ବରଂ ଘରୋଇମାଟିରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତିକୁ ଆହୁରି ବଢେଇବାରେ ମଧ୍ୟ ସହାୟକ ହେବ। ତାହା ମଧ୍ୟ ସେହି ସମୟରେ ଯେତେବେଳେ ଆସନ୍ତା ବର୍ଷ ଭାରତରେ ସାଧାରଣ ନିର୍ବାଚନ ହେବ ।

G-20 କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବିଦେଶ ନୀତିର ସଫଳ ପରିଚାଳନା ଛୋଟଛୋଟ ସହରମାନଙ୍କରେ କରି ଦେଖାଇ ସାରିଛନ୍ତି ।  ଏଭଳି ପରିସ୍ଥିତିରେ ଏହି ସମ୍ମିଳନୀର ସଫଳତା ତାଙ୍କ ଛବିପାଇଁ ବହୁତ ମହତ୍ୱପୂର୍ଣ ଅଟେ ।