କାଶ୍ମୀରରେ ଜି-୨୦ ଶିଖର ସମ୍ମିଳନୀ, ଡିସେମ୍ବର ୧ରୁ ଜି-୨୦ର ଅଧ୍ୟକ୍ଷତା କରିବ ଭାରତ।

କାଶ୍ମୀରରେ ଜି-୨୦ ଶିଖର ସମ୍ମିଳନୀ, ଡିସେମ୍ବର ୧ରୁ ଜି-୨୦ର ଅଧ୍ୟକ୍ଷତା କରିବ ଭାରତ।

କନକ ବ୍ୟୁରୋ: କାଶ୍ମୀରରେ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ । ଦେଶର ୫୦ରୁ ଅଧିକ ସହରରେ ସମ୍ମିଳନୀ ନେଇ ପ୍ରସ୍ତୁତି ହୋଇଛି । ପ୍ରଥମ ଥର କୌଣସି ଜି-୨୦ ଅଧ୍ୟକ୍ଷ ଦେଶ ୫୦ରୁ ଅଧିକ ସହରରେ ଏହି ବୈଠକ କରିବାକୁ ଯାଉଛି । ୭୫ ବର୍ଷରେ ଭାରତର ସବୁଠାରୁ ବଡ ଅନ୍ତରାଷ୍ଟ୍ରୀୟ ଆୟୋଜନ ହେବାକୁ ଯାଉଛି ଜି-୨୦ ବୈଠକ । ଚୀନ ପୂର୍ବରୁ ୧୪ ଏବଂ ଇଣ୍ଡୋନେସିଆ ୨୦ରୁ ଅଧିକ ସହରରେ ଏହି ବୈଠକ ଆୟୋଜନ କରିସାରିଛି । ଡିସେମ୍ବର ୧ରୁ ଭାରତ ଜି-୨୦ର ଅଧ୍ୟକ୍ଷତା ଆରମ୍ଭ କରିବାକୁ ଯାଉଛି ।

ଜି-୨୦ରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ଦକ୍ଷିଣ କୋରିଆ, ମେକ୍ସିକୋ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ, ଆମେରିକା ଏବଂ ଇୟୁ ସାମିଲ ରହିଛି । ଏହି ମାସରେ ଇଣ୍ଡୋନସିଆର ଅଧ୍ୟକ୍ଷତାରେ ଜି୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe