ଦଳ ଦେଲାନି ଟିକେଟ୍, ସ୍ୱାଧୀନ ଲଢ଼ିବେ ଜି.ଉଦୟଗିରି ବିଧାୟକ । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଯାକବ ପ୍ରଧାନ ।

181

କନକ ବ୍ୟୁରୋ: ଆଗାମୀ ନିର୍ବାଚନରେ ଜି.ଉଦୟଗିରିରେ ସ୍ୱାଧୀନ ପ୍ରାର୍ଥୀଭାବେ ଲଢ଼ିବେ କଂଗ୍ରେସ ବିଧାୟକ ଯାକବ ପ୍ରଧାନ । ଏନେଇ ଯାକବ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଗତକାଲି ଦଳ ତାଙ୍କୁ ଟିକେଟ୍ ନଦେବାରୁ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ଯାକବ ପ୍ରଧାନଙ୍କ ନାମାଙ୍କନ ଭରିଛନ୍ତି । ତେବେ ଜି.ଉଦୟଗିରି କଂଗ୍ରେସ ବିଧାୟକଙ୍କୁ ଟିକେଟ୍ ନଦେଇ ସ୍ଥାନୀୟ କଂଗ୍ରେସ ନେତା ଶ୍ୟାମଘନ ପ୍ରଧାନଙ୍କୁ ଆଗାମୀ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ପାଇଁ ବାଛିଛି ଦଳ । ଏହାପରେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ଯାକବ କହିଛନ୍ତି ଯେ, ଦଳ ଟିକେଟ୍ ନଦେଲା ନାହିଁ  । ମୋ ସହିତ ଲୋକଙ୍କ ସମର୍ଥନ ରହିଛି । ମୁଁ ଆଗାମୀ ନିର୍ବାଚନ ଲଢ଼ିବି ଏବଂ ନିଶ୍ଚିତ ବିଜୟ ହେବି ବୋଲି କହିଛନ୍ତି ଯାକବ ।

ଗତ ୨୦୧୪ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଯାକବ ପ୍ରଧାନ ବିଜୟୀ ହୋଇଥିଲେ । କିନ୍ତୁ ଏହାପରେ ଅଭିଯୋଗ ହୋଇଥିଲା ଯେ ଛାମୁଆ କଂଗ୍ରେସ ନେତା ଓ କର୍ମୀଙ୍କ ସହିତ ସୁ-ସମ୍ପର୍କ ରଖିଲେ ନାହିଁ । ଏପରିକି କୌଣସି କାମରେ ସେମାନଙ୍କ ସହଯୋଗ ମଧ୍ୟ ଲୋଡିଲେ ନାହିଁ । ନିକଟରେ ରାଜ୍ୟ କଂଗ୍ରେସ ଭବନଠାରେ ସ୍କ୍ରିନିଂ କମିଟି ଆଗରେ ନିର୍ବାଚନମଣ୍ଡଳୀର ଦଳୀୟ ନେତା ଓ କର୍ମୀମାନେ ଖୋଲାଖୋଲି ଭାବେ ବିଧାୟକ ଯାକବଙ୍କ ବିରୋଧରେ ନାରାବାଜି କରିବା ଦଳ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ଯାହାର ପ୍ରତିଫଳନ ଯାକବଙ୍କୁ ଗତକାଲି ଟିକେଟ୍ ତାଲିକାରୁ ବାଦ୍ ଦେଇଛନ୍ତି ହାଇକମାଣ୍ଡ ବୋଲି କଂଗ୍ରେସ ଶିବିରରେ ଚର୍ଚ୍ଚା ହେଉଛି ।