କନକ ବ୍ୟୁରୋ: ସାରା ରାଜ୍ୟରେ ହାଡଭଙ୍ଗା ଶୀତ । ୫ ଡିଗ୍ରୀରେ ଥରିଲା ଜି. ଉଦୟଗିରି । ଜି. ଉଦୟଗିରିରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଏଠାରେ ତିନି ଦିନରେ ୩ ଦଶମିକ ୫ ଡିଗ୍ରୀ ପାରଦ ଖସିଛି । ଜି. ଉଦୟଗିରିରେ ତାପମାତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୭ ଡିଗ୍ରୀ ଓ ଦାରିଙ୍ଗବାଡିରେ ତାପମାତ୍ରା ରହଛି ୮ ଦଶମିକ ୫ ଡିଗ୍ରୀ । ଟ୍ୱିନ୍ସିଟିରେ ବି ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । କଟକରେ ୧୨, ଭୁବନେଶ୍ୱରରେ ୧୪କୁ ଖସିଛି ରାତି ତାପମାତ୍ରା । ଥଣ୍ଡା ସହ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଦୃଶ୍ୟମାନ ହେଉଛି । ଆଜିଠାରୁ ତାପମାତ୍ରା ବଢିବ ଓ ଶୀତ କମିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।
ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ । ୫ଡିଗ୍ରୀରେ ଥରିଲା ଜି.ଉଦୟଗିରି । ଚଳିତ ବର୍ଷରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ।
/kanak/media/post_attachments/wp-content/uploads/2023/12/winter-4.jpg)