ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ-ହମାସ ଯୁଦ୍ଧ: ଗାଜାକୁ ସାହାଯ୍ୟ ଯୋଗାଇ ଦେବାକୁ ଜି-ସେଭେନ୍ ଦେଶ ଗୁଡିକର ଅପିଲ

122

କନକ ବ୍ୟୁରୋ: ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି ଇସ୍ରାଏଲ ହମାସ ଯୁଦ୍ଧ । ଏବେ ଗାଜା ସହର ଭିତରେ ପସି ସ୍ଥଳ ଅଭିଯାନ ଜାରି ରଖିଛି ଇସ୍ରାଏଲ ସେନା । ଜଳ, ସ୍ଥଳ ଆକାଶ ସବୁ ଆଡୁ ଗାଜା ଉପରେ ଆକ୍ରମଣ କରୁଛି ଇସ୍ରାଏଲ । ଏହାରି ଭିତରେ ହମାସର ୬୦ଟି କମାଣ୍ଡରଙ୍କୁ ନିପାତ କରିବାରେ ସଫଳ ହୋଇଥିବା ଦାବି କରିଛି ଆଇଡିଏଫ୍ । ଏଥିସହ ହମାସ ଆତଙ୍କୀଙ୍କ ୧୩୦ଟି ସୁଡଙ୍ଗକୁ ବି ନଷ୍ଟ କରି ସାରିଥିବା ଇସ୍ରାଏଲ ସେନା ଦାବି କରିଛି । ସେପଟେ ମଙ୍ଗଳବାର ଜାପାନରେ ଜି-ସେଭେନ୍ ଦେଶର ବିଦେଶ ମନ୍ତ୍ରୀଙ୍କ ବୈଠକ ବସିଛି । ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ଏହି ବୈଠକରେ ଗାଜାର ସ୍ଥିତି ନେଇ ସମୀକ୍ଷା ହୋଇଛି । ଜି-ସେଭେନ୍ ଦେଶ ଯୁଦ୍ଧ ବିରତି ପାଇଁ ସ୍ୱର ଉଠାଇଥିବାବେଳେ ଗାଜାକୁ ଯଥେଷ୍ଟ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ଜି-ସେଭେନ୍ ଦେଶ ଗୁଡିକ କହିଛନ୍ତି ମାନବିକତା ଦୃଷ୍ଟିରୁ ଯୁଦ୍ଧକୁ କିଛି ସମୟ ଅଟକାଇ ଦେବା ଉଚିତ୍ ।