ଜି-୨୦ ସମ୍ମିଳନୀ: ଜର୍ମାନ କୁଳପତି ଓ ସ୍ପେନର ପ୍ରଧାନମନ୍ତ୍ରୀଙ୍କ ସହ ଆଜି ମୋଦୀଙ୍କ ଭେଟ. ଏହି ମୁଦ୍ଦା ଉପରେ ହେବ ଆଲୋଚନା
କନକ ବ୍ୟୁରୋ : ଜି-୨୦ ଶୀଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କରୋନା ମହାମାରୀକୁ ନେଇ ‘ଗୋଟିଏ ବିଶ୍ୱ ଗୋଟିଏ ସ୍ୱାସ୍ଥ୍ୟ’ ମନ୍ତ୍ର ଦେଇଛନ୍ତି । ଏହାସହ କରୋନା ବିରୋଧୀ ଲଢେଇରେ ଭାରତର ଯୋଗଦାନ ବାବଦରେ ବି ଆଲୋଚନା କରିଥିଲେ । ଏହି ମୁଦ୍ଦାକୁ ନେଇ ପ୍ରଧାନମନ୍ତ୍ରୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ ଭାଟିକାନ ସିଟିରେ ପୋପ୍ ଫ୍ରାନ୍ସିସଙ୍କ ସହ ପ୍ରଧାନମନ୍ତ୍ରୀ ଭେଟ କରି ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ଏହାସହ ଆଜି ଜର୍ମାନ କୁଳପତି ଏଞ୍ଜେଲା ମର୍କେଲ ଓ ସ୍ପେନର ପ୍ରଧାନମନ୍ତ୍ରୀଙ୍କ ସହ ଭେଟ କରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଶ୍ୱର ଆଥିର୍କ ମହାଶକ୍ତି ରାଷ୍ଟ୍ରର ନେତାମାନେ ଇଟାଲିରେ ଏକାଠି ହୋଇଛନ୍ତି । ଏଠାରେ ମହାଶକ୍ତି ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଭଳି ଦେଶର ମୁଖ୍ୟମାନେ ଏକାଠି ହୋଇ ବିଶ୍ୱର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରୁଛନ୍ତି । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ସ୍ପେନର ପ୍ରଧାନମନ୍ତ୍ରୀ ଓ ଜର୍ମାନର କୁଳପତିଙ୍କୁ ଭେଟିବେ । ଏହି ସମୟରେ ଉଭୟ ଦେଶର ବାଣିଜ୍ୟିକ ନୀତି ଓ କରୋନା ମହମାରୀ ନେଇ ପରସ୍ପର ସହ ସହଯୋଗ ଉପରେ ବିଶେଷ ଆଲୋଚନା ହେବ ବୋଲି କୁହାଯାଇଛି ।