କନକ ବ୍ୟୁରୋ : ସରିଲା ଜି-୨୦ ସମ୍ମିଳନୀ । ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ । ବ୍ରାଜିଲକୁ ହସ୍ତାନ୍ତର କଲେ ପରବର୍ତ୍ତୀ ଜି-୨୦ର ଅଧ୍ୟକ୍ଷତା । ମୋଦୀ କହିଥିଲେ, ଆଶା କରୁଛି ‘ଏକ ବିଶ୍ବ, ଏକ ପରିବାର ଓ ଏକ ଭବିଷ୍ୟତ’ ପାଇଁ ପରିକଳ୍ପିତ ମାର୍ଗ ଆନନ୍ଦପ୍ରଦ ହେବ । ଆପଣମାନଙ୍କୁ ଧନ୍ୟବାଦ । ଭାରତର ‘ଜି୨୦’ ଅଧ୍ୟକ୍ଷତା ଆଉ ଅଢ଼େଇ ମାସ ବାକି ଅଛି । ଜି-୨୦ ଭର୍ଚୁଆଲ ଅଧିବେଶନ ନଭେମ୍ବରରେ ହେବ ।

Advertisment

ବ୍ରାଜିଲ୍‌ର ରାଷ୍ଟ୍ରପତି ଲୁଲା ଦା ସିଲ୍‌ଭା ମଧ୍ୟ ତାଙ୍କ ଦେଶର ଅଧ୍ୟକ୍ଷତାର ଗୁରୁତ୍ବ ପ୍ରତିପାଦନ କରିବାକୁ ଯାଇ କହିଲେ ଯେ, ‘ଜି୨୦’ରେ ବ୍ରାଜିଲ୍‌ର ଅଧ୍ୟକ୍ଷତା ୩ଟି ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଦେବ- ପ୍ରଥମତଃ, ସାମାଜିକ ଅନ୍ତର୍ଭୁକ୍ତିକରଣ ଓ କ୍ଷୁଧା ବିରୋଧରେ ସଂଗ୍ରାମ । ଦ୍ବିତୀୟତଃ, ଶକ୍ତି ସମ୍ପ୍ରସାରଣ ଓ ତା’ର ୩ଟି ସ୍ବରୂପ ଉପରେ ଦୀର୍ଘସ୍ଥାୟୀ ବିକାଶ । ତୃତୀୟତଃ, ବୈଶ୍ବିକ ଶାସନ ପ୍ରତିଷ୍ଠାନଗୁଡ଼ିକର ସଂସ୍କାର । ଏଥିପାଇଁ ଆମ ଅଧ୍ୟକ୍ଷତାର ନୀତିବାକ୍ୟ ହେଉଛି- ସମୃଦ୍ଧ ବିଶ୍ବ ନିର୍ମାଣ ଓ ପ୍ରାକୃତିକ ସମ୍ବଳର ସୁବିନିଯୋଗ। ତାହା ହେଉଛି, ‘କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ବୈଶ୍ବିକ ମେଣ୍ଟ’ ଏବଂ ‘ଜଳବାୟୁ ପରିବର୍ତ୍ତନ ବିପକ୍ଷରେ ବୈଶ୍ବିକ ପ୍ରସ୍ତୁତି ।