ବଦଳିବନି ଆପଣଙ୍କ ଇଏମଆଇ : ରେପୋରେଟ ଓ ରିଭର୍ସ ରେପୋରେଟ ଅପରିବର୍ତିତ ରଖିଲା ଆରବିଆଇ

ମୁଦ୍ରାନୀତି କମିଟି ବୈଠକ ପରେ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର

77

କନକ ବ୍ୟୁରୋ : ବଦଳିବନି ଆପଣଙ୍କ ଇଏମଆଇ । ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ମୁଦ୍ରାନୀତି ଘୋଷଣା କରିଛି । ରେପୋ ଓ ରିଭର୍ସ ରୋପୋ ରେଟ ଅପରିବର୍ତିତ ରହିଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଲଗାତାର ଅଷ୍ଟମ ଥର ଲାଗି ସୁଧହାରରେ କୌଣସି ପରବର୍ତନ କରାଯାଇନାହାନ୍ତି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଆସନ୍ତା ୩ ମାସରେ ରେପୋ ରେଟ୍ ୪ ପ୍ରତିଶତ ରହିବ । ସେହିଭଳି ରିଭର୍ସ ରେପୋ ରେଟ୍ ୩.୫୫ ପ୍ରତିଶତ ରହିବ । ମାର୍ଜିନାଲ ଷ୍ଟାଣ୍ଡିଙ୍ଗ ସୁବିଧା ହାର ଏବଂ ବ୍ୟାଙ୍କ ହାର ୪.୨୫ ପ୍ରତିଶତ ରହିବ । ୩ଦିନର ବୈଠକ ପରେ ରିଜର୍ଭ ବ୍ୟାଙ୍କର ୬ ସଦସ୍ୟ ବିଶିଷ୍ଟ ମୁଦ୍ରାନୀତ କମିଟି ଏହି ଘୋଷଣା କରିଛି ।

‘ମନିଟାରି ପଲିସି କମିଟି’ର ବିଗତ ୭ଟି ସମୀକ୍ଷା ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଥିଲା। ଗତ ବୁଧବାର ଦିନ ଆରମ୍ଭ ହୋଇଥିବା ୩ ଦିନିଆ ‘ମନିଟାରି ପଲିସି କମିଟି’ର ୮ମ ବୈଠକରେ ମଧ୍ୟ ପ୍ରମୁଖ ରେଟ୍‌ଗୁଡ଼ିକରେ ପରିବର୍ତ୍ତନ କରାଯାଇନାହିଁ । ଏହାର ଅଧ୍ୟକ୍ଷତା କରିଥିଲେ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ । ସୁଧ ହାର ଅପରିବର୍ତ୍ତିତ ରଖିବା ଲାଗି ୬ ସଦସ୍ୟବିଶିଷ୍ଟ ‘ଏମ୍‌ପିସି’ ସର୍ବସମ୍ମତିକ୍ରମେ ମତ ଦେଇଥିଲେ ।

ଦେଶର ଅଭିବୃଦ୍ଧିକୁ ଆବଶ୍ୟକ ଯାଏଁ ସମର୍ଥନ ଯୋଗାଇ ଦେବା ଓ ମୁଦ୍ରାସ୍ଫିତିକୁ ନିର୍ଦ୍ଧାରିତ ଲକ୍ଷ୍ୟ ମଧ୍ୟରେ ସୀମିତ ରଖିବା ଲାଗି ଏହା ଆବଶ୍ୟକ ବୋଲି ‘ଏମ୍‌ପିସି’ କହିଛି । ଗୃହ ଏବଂ ଗାଡ଼ି ଋଣକର୍ତ୍ତାମାନଙ୍କ ପାଇଁ ଏବେ ପ୍ରଚଳିତ ଥିବା ‘ଇଏମ୍‌ଆଇ’ ପୂର୍ବ ପରି କାଏମ ରହିବ ବୋଲି ‘ମନିଟାରି ପଲିସି କମିଟି’ ଘୋଷଣା କରିଥିବା ଫଳାଫଳରୁ ଜଣାପଡ଼ିଛି ।