କନକ ବ୍ୟୁରୋ : ମହିଳାଙ୍କ ପାଇଁ ସବୁଠୁ ବଡ ପ୍ଲାଟଫର୍ମ ମିଶନ ଶକ୍ତି  । ମିଶନ ଶକ୍ତି ଜରିଆରେ ମହିଳା ମାନେ ସଶକ୍ତ ଓ ସ୍ୱାବଲମ୍ବୀ ହୋଇପାରୁଛନ୍ତି । ଏସଏଚଜି ମହିଳାଙ୍କୁ ଏସଏମଇରେ ପରିଣତ କରିବାକୁ ଚଳିତବର୍ଷ ବଜେଟରେ ୨୫୫୪ କୋଟିରୁ ଅଧିକ ଟଙ୍କାର ଅର୍ଥ ବ୍ୟୟବରାଦ କରାଯାଇଥିବା କହିଛନ୍ତି ମିଶନ ଶକ୍ତି ମନ୍ତ୍ରୀ ଓ ସଚିବ ।

Advertisment

ଚଳିତଥର ବଜେଟରେ ମିଶନ ଶକ୍ତିରେ ଦୁଇଟି ନୂଆ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି । ଯେହେତୁ ମିଶନ ଶକ୍ତି ସ୍କୁଟି ଯୋଜନା ଆରମ୍ଭ କରାଯାଇଛି । ତେଣୁ ଏହାର ଲାଭ ଯେପରି ଅଧିକରୁ ଅଧିକ ମହିଳାମାନେ ଉଠାଇ ପାରିବେ  ସେଥିପାଇଁ  ପ୍ରତି ଜିଲ୍ଲାରେ ଏସଏଚଜି ମହିଳାଙ୍କୁ ଡ୍ରାଇଭିଂ ଟ୍ରେନିଂ ଦେବାକୁ ବ୍ୟବସ୍ଥା କରିବାକୁ କୁହାଯାଇଛି । ସେହିଭଳି ଚଳିତ ବର୍ଷ ଜଙ୍ଗଲ ଓ ପରିବେଶ , ଗଣ ଶିକ୍ଷା ବିଭାଗ ସହ ସହଭାଗୀତା କରିବ ମିଶନ ଶକ୍ତି । ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ଏନେଇ ସଚେତନତା ସୃଷ୍ଟି କରିବା , ମିଶନ ଶକ୍ତି ମହିଳା ମାନଙ୍କୁ ନର୍ସରୀ କାମରେ ମଧ୍ୟ ସାମିଲ କରାଯିବ । ସମସ୍ତ ୫-ଟି ସ୍କୁଲ  ଓ କସ୍ତୁରବା ଗାନ୍ଧି ସ୍କୁଲ ଗୁଡିକରେ ମେଂଟେନାନ୍ସ କରିବେ ଏସଏଚଜି ମହିଳା । ସେମାନଙ୍କୁ ୫ ବର୍ଷରେ ୧୦ହଜାର କୋଟିର କାମ ଯୋଗାଇଦେବେ ରାଜ୍ୟ ସରକାର ।

ଗଞ୍ଜାମ ଇଣ୍ଡଷ୍ଟ୍ରିଆଲ ପାର୍କରେ ଶୁଖୁଆ ଓ ଆଚାର ଉପରେ ଦିଆଯିବ ଗୁରୁତ୍ୱ । ତା ସହିତ ଫ୍ୟାସନରୁ ନେଇ ବିୟୁଟି , ଷ୍ଟିଚିଂ ଓ ବିଜନେସ ମ୍ୟାନେଜମେଂଟ ଟ୍ରେନିଂ ମଧ୍ୟ ଦିଆଯିବ । ଓୟୁଏଟି ସହଭାଗିତାରେ କୃଷି ପ୍ରକ୍ରିୟାକରଣ ଟ୍ରେନିଂ ବ୍ୟବସ୍ଥା କରାଯାଇଛି । ତେବେ ଚଳିତ ବର୍ଷ ଏସଏଚଜିର ୨ଲକ୍ଷ ଇସି ସଦସ୍ୟଙ୍କୁ ଇ-ସ୍କୁଟର  କ୍ରୟ ପାଇଁ ଋଣ ଯୋଗାଇବେ ରାଜ୍ୟ ସରକାର ।  ଋଣର ସମସ୍ତ ସୁଧ ମଧ୍ୟ ସରକାର ବହନ କରିବେ । ଆବଶ୍ୟକ ପଡିଲେ ଅତିରିକ୍ତ ବଜେଟରେ ପାଣ୍ଠି ବଢାଯିବା ନେଇ ଜଣାଇଛନ୍ତି ମିଶନ ଶକ୍ତି ମନ୍ତ୍ରୀ ଓ ସଚିବ ।