କେବେ ଦିନ ମଜୁରିଆ ଥିଲେ, ଏବେ ଚର୍ଚ୍ଚିତ ଲଟେରୀ କିଙ୍ଗ । ନିର୍ବାଚନ ଚାନ୍ଦା ଦେବାରେ ସବୁଠୁ ଆଗରେ ସାଣ୍ଟିଆଗୋ ମାର୍ଟିନ୍ ।

942

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ଆୟୋଗ ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟକୁ ସାର୍ବଜନୀନ କରିଛନ୍ତି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ମିଳିଥିବା ତଥ୍ୟକୁ ନିର୍ବାଚନ ଆୟୋଗ ଗୁରୁବାର ନିଜ ୱେବସାଇଟରେ ସାର୍ବଜନୀନ କରିଛନ୍ତି। ତଥ୍ୟ ଅନୁସାରେ , ୨୦୧୯ରୁ କମ୍ପାନୀ ଓ କିଛି ବ୍ୟକ୍ତି ଇଲେକ୍ଟୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳମାନଙ୍କୁ ୧ କୋଟି ୨୭ ଲକ୍ଷ ୬୯ ହଜାର ୬୯ ଲକ୍ଷ ୮ ହଜାର ୯୩ ହଜାର ଟଙ୍କା ଦାନ କରିଛନ୍ତି। ଇଲେକ୍ଟୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳଗୁଡ଼ିକୁ ଦାନ କରୁଥିବା ଲୋକଙ୍କ ମଧ୍ୟରେ ଅନେକ କମ୍ପାନୀ ଓ ବ୍ୟକ୍ତି ବିଶେଷ ରହିଛନ୍ତି। ତଥ୍ୟ ଅନୁଯାୟୀ, ଫ୍ୟୁଚର ଗେମିଂ ଆଣ୍ଡ୍ ହୋଟେଲ ସର୍ଭିସେସ୍ ରାଜନୈତିକ ଚାନ୍ଦା ଦେବା ପାଇଁ ଇଲେକ୍ଟୋରାଲ ବଣ୍ଡର ପ୍ରମୁଖ କ୍ରେତା ମାନଙ୍କ ମଧ୍ୟରୁ ଅନ୍ୟତମ । ଏଭଳି ଘଟଣା ଘଟିଛି ବାଙ୍ଗିରୀପୋଷୀ ଷ୍ଟେସନ ନିକଟରେ ।

ଫ୍ୟୁଚର ଗେମିଂ ହେଉଛି ସେହି କମ୍ପାନୀ ଯାହାର ମାର୍ଚ୍ଚ ୨୦୨୨ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଯାଇଥିଲା । ଦୁଇଟି ପୃଥକ କମ୍ପାନୀ ଅଧୀନରେ ୧୩୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଇଲେକ୍ଟୋରାଲ ବଣ୍ଡ୍ କିଣିଛି। ଏହି କମ୍ପାନୀକୁ ଲଟେରୀ କିଙ୍ଗ ଭାବେ ପରିଚିତ ସାଣ୍ଟିଆଗୋ ମାର୍ଟିନ୍ ଚଳାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସାଣ୍ଟିଆଗୋ ମାର୍ଟିନ ମିଆଁମାରରେ ଶ୍ରମିକ ଭାବରେ କାମ କରୁଥିଲେ, କିନ୍ତୁ ଆଜିର ସମୟରେ ସେ ଜଣେ ଲଟେରୀ କିଙ୍ଗ ଭାବେ ଜଣାଶୁଣା, ଯାହାଙ୍କ କମ୍ପାନୀ ଫ୍ୟୁଚର ଗେମିଂ ସବୁଠାରୁ ଅଧିକ ଟଙ୍କାର ଇଲେକ୍ଟୋରାଲ ବଣ୍ଡ କିଣି ଥିବା ଜଣାପଡିଛି ।

ସାଣ୍ଟିଆଗୋ ମାର୍ଟିନ କିଏ?

ମାର୍ଟିନ୍ ଚାରିଟେବଲ୍ ଟ୍ରଷ୍ଟର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ ସାଣ୍ଟିଆଗୋ ମାର୍ଟିନ୍ ମାର୍ଟିନ୍ ଗ୍ରୁପ୍ ଅଫ୍ କମ୍ପାନିର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ, ଯିଏ ଖୁବ୍ କମ୍ ବୟସରେ ଲଟେରୀ ଶିଳ୍ପରେ ନିଜର ଯାତ୍ରା ଆରମ୍ଭ କରିଥିଲେ। ମାର୍ଟିନ୍ ବର୍ଷ ବର୍ଷର ମାର୍କେଟିଂ ମାଧ୍ୟମରେ ବ୍ୟବସାୟରେ ନେତୃତ୍ୱ ପଦବୀ ହାସଲ କରିଥିବାରୁ ତାଙ୍କୁ ଭାରତର ‘ଲଟେରୀ କିଙ୍ଗ’ ଭାବରେ ବିବେଚନା କରାଯାଏ । ଏହାପରେ ସେ ଭାରତ ଫେରିଆସିଥିଲେ।

ସାଣ୍ଟିଆଗୋ ମାର୍ଟିନଙ୍କୁ ୨୦୦୪ ରେ ଜେନେଭାର ‘ଫାଉଣ୍ଡେସନ ଫର ଏକ୍ସଲେନ୍ସ ଇନ୍ ବିଜନେସ ପ୍ରାକ୍ଟିସ୍’ ଦ୍ୱାରା ବିଜନେସରେ ଉତ୍କର୍ଷତା ପାଇଁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । କେବଳ ଏତିକି ନୁହେଁ, ଗୋଟିଏ ବର୍ଷରେ ୧ ବିଲିୟନ ଟଙ୍କା ପର୍ୟ୍ୟନ୍ତ ଟିକସ ପୈଠ କରି ସେ ଭାରତର ସର୍ବାଧିକ ଟିକସଦାତା ହୋଇଛନ୍ତି। ମାର୍ଟିନ ଲଟେରି ଟିକେଟ ବ୍ୟତୀତ ସାଣ୍ଟିଆଗୋ ମାର୍ଟିନଙ୍କ ନେତୃତ୍ୱରେ ଗଠିତ ଏହି ଗ୍ରୁପ୍ ନିର୍ମାଣଠାରୁ ଆରମ୍ଭ କରି ହୋଟେଲ, ସଫ୍ଟୱେର ଏବଂ ଟେକ୍ନୋଲୋଜି ସହିତ ବିଲ୍ଡିଂ ମ୍ୟାଟେରିଆଲ ଏବଂ ଅନ୍ୟାନ୍ୟ ଅନେକ ସେବା ପ୍ରଦାନ କରିଆସୁଛି । ସେ ଅଲ୍ ଇଣ୍ଡିଆ ଫେଡେରେସନ୍ ଅଫ୍ ଲଟେରି ଟ୍ରେଡ୍ ଆଣ୍ଡ ଆଲାଇଡ୍ ଇଣ୍ଡଷ୍ଟ୍ରିଜର ସଭାପତି ବୋଲି କମ୍ପାନିର ୱେବସାଇଟ୍ରେ ଦାବି କରାଯାଇଛି। ଇଲେକ୍ଟୋରାଲ ବଣ୍ଡ ତଥ୍ୟ ଅନୁଯାୟୀ, ୨୦୧୯ରୁ ୨୦୨୪ ମଧ୍ୟରେ ଫ୍ୟୁଚର ଗେମିଂ ୧୩୬୮ କୋଟି ଟଙ୍କା ଦାନ କରିଛି।