ଭୁବନେଶ୍ଵରରେ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ: ସଙ୍ଗରୋଧରୁ ୨୬ ଓ ସ୍ଥାନୀୟ ଅଞ୍ଚଳରୁ ୧୨; ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬୪୦କୁ ବୃଦ୍ଧି

1,168

କନକ ବ୍ୟୁରୋ: ଭୁବନେଶ୍ୱରରୁ ୩୮ କରୋନା ପଜିଟିଭ ଚିହ୍ନଟ ହୋଇଛି । ୨୬ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୨ଜଣ ସ୍ଥାନୀୟ ଲୋକ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ ପହଂଚିଛି । ସେହିପରି ୬ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି । ୬ଜଣ ସୁସ୍ଥକୁ ମିଶେଇ ୩୧୪ରେ ପହଂଚିଛି ସୁସ୍ଥ ସଂଖ୍ୟା ।

ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୧୭ । ଭୁବନେଶ୍ୱରରେ ଏଯାଏ ୮ ଜଣଙ୍କ ମୃତ୍ୟୁ ହୋଇଛି । ଚିହ୍ନଟ ହୋଇଥିବା ସ୍ଥାନୀୟ ଲୋକ ମଧ୍ୟରେ କଳିଙ୍ଗ ବିହାର, ପୋଖରୀପୁଟ, ନୟାପଲ୍ଲୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ  ୨ଜଣ ଚନ୍ଦ୍ରଶେଖରପୁର, ଗଙ୍ଗନଗର, ନୀଳାଦ୍ରି ବିହାରରୁ ୩ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।