ନୟାନ୍ତ କଲାଣି ନରହନ୍ତା ଦନ୍ତା! ୪ଜଣଙ୍କ ଜୀବନ ନେଇଥିବା ହାତୀକୁ ଜଙ୍ଗଲରେ ନଛାଡ଼ିବା ପାଇଁ ସ୍ଥାନୀୟ ଲୋକଙ୍କ ବିରୋଧ, ବିଚ୍ ରାସ୍ତାରେ ପ୍ରବଳ ଉତ୍ତେଜନା ।

319

କନକ ବ୍ୟୁରୋ: ନରହନ୍ତା ଦନ୍ତାକୁ ବିରୋଧ, ଉତେଜନା । ଆଜି କିଛି ଏହିପରି ଦୃଶ୍ୟ ଦେଖିବାକୁ ମିିଳିଛି କଟକ ଗରୁଡ ଗ୍ରାମର ବିଶେନାକାଣି ବଜାରରେ । ଶହ ଶହ ସଂଖ୍ୟାରେ ଲୋକେ ଦନ୍ତା ହାତୀ ଜଙ୍ଗଲରେ ଛଡାଯିବାକୁ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା । ଏକ ବଡ ହାଇୱା ଗାଡି ଉପରେ ଛିଡା ହୋଇରହିଥିଲା ହାତୀ । ରାସ୍ତା ଉପରେ ଗାଡିକୁ ଘେରି ରହିଥିଲେ ଶହ ଶହ ସଂଖ୍ୟାର ଲୋକ ।

ଲୋକଙ୍କ ଦାବି ହେଲା, ଗାଁ ପାଖକୁ ଲାଗି ରହିଥିବା ଜଙ୍ଗଲରେ ଏହି ନରହନ୍ତା ଦନ୍ତାକୁ ଛଡାନ ଯାଉ । କାରଣ ସେ ମଣିଷ ମାରିଛି । ଲୋକମାନଙ୍କ ମଧ୍ୟରେ ଏହାକୁ ନେଇ ଭୟ ମଧ୍ୟ ରହିଛି । ୯ ଦିନ ଧରି ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ଏହି ଦନ୍ତା ୪ଜଣଙ୍କୁ ମାରିସାରିଛି । ଏହି ଦନ୍ତାକୁ ଗତକାଲି ଦାନଗଦି ବ୍ଲକ କଂଟିପୁର ନିକଟ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜ କରାଯାଇଥିଲା । ଆଜି ହାତୀଟିକୁ କଟକ ଜାଲିଯୋଡା ରେଂଜର କୁସୁନପୁର ଜଙ୍ଗଲକୁ ନେବା ବେଳେ ଅଧରାସ୍ତାରେ ଏପରି ସ୍ଥିତି ଉପୁଜିଥିଲା । ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାକୁ ବନବିଭାଗ ଦନ୍ତା ହାତୀକୁ ଜଙ୍ଗଲରେ ନଛାଡି ଫେରାଇ ନେଇଛି ।