କନକ ବ୍ୟୁରୋ : ଆସାମରେ ପ୍ରକୃତିର ତାଣ୍ଡବ । ଲଗାତର ତିନି ଦିନ ଧରି ପ୍ରବଳ ବର୍ଷା ପରେ ସୃଷ୍ଟି ହୋଇଛି ଜଳପ୍ରଳୟ । ଉତର ଭାରତ ତଥା ହିମାଳୟ ପାଦ ଦେଶରେ ପ୍ରବଳ ବର୍ଷା ପରେ ଫୁଲି ଉଠିଛି ବ୍ରହ୍ମପୁତ୍ର । ଫଳରେ ଗୌହାଟିରେ ବଢିବାରେ ଲାଗିଛି ଜଳସ୍ତର । ସେପଟେ ମୌସୁମୀ ବର୍ଷାକୁ ନେଇ ଆସାମ, ମେଘାଳୟ ଏବଂ ବିହାରରେ ରେଡ୍ ଆଲର୍ଟ ଜାରି ହୋଇଛି । ଆଗାମୀ ୩ ଦିନ ପାଇଁ ପ୍ରବଳ ବର୍ଷାର ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାକୁ ନଜରରେ ରଖି ଆସାମ ସମେତ ମେଘାଳୟ ଏବଂ ବିହାର ପାଇଁ ଏହି ସତର୍କତା ଜାରି ହୋଇଛି । ବନ୍ୟା ପାଇଁ କେବଳ ଆସାମରେ ୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି . ଆସାମର ୧୧ଟି ଜିଲ୍ଲାରେ ଏହି ଲୋକ ପ୍ରଭାବିତ ହୋଇଛନ୍ତି ।

Advertisment

publive-image

ଆସାମର ସବୁଠାରୁ ଅଧିକ ବନ୍ୟା ପ୍ରଭାବିତ ଅଂଚଳ ମଧ୍ୟରେ ରହିଛି ଧେମାଜି, ଜୋରହଟ, ମଜୁଲି, ଶିବସାଗର , ଗୋଲପାରା ଏବଂ ଦିବ୍ରୁଗଡ । କେବଳ ଗୋଲପାରା ଜିଲ୍ଲାରେ ୨ ଲକ୍ଷରୁ ଅଧିକ ଲୋକ ବନ୍ୟା କାରଣରୁ ପ୍ରଭାବିତ ହୋଇଛନ୍ତି । ସେପଟେ ଧେମାଜି ଜିଲ୍ଲାରୁ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାର ଓ ରିଲିଫ୍ ପରିଚାଳନା କାମରେ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ମୁତୟନ ହୋଇଛି । ଶେଷ ଖବର ଅନୁସାରେ ଆସାମର ୩୨୧ଟି ଗାଁ ପାଣି ଘେରରେ ରହିଛି । ୧୫୭ଟି ରାସ୍ତା କ୍ଷତିଗ୍ରସ୍ତ ହୋଇଛି ।