ରାଜ୍ୟପାଳ ଗଣେଶୀଲାଲଙ୍କ ଧର୍ମପତ୍ନୀଙ୍କ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର : ପଞ୍ଚଭୂତରେ ଲୀନ ହେଲେ ସୁଶୀଳା ଦେବୀ

285

କନକ ବ୍ୟୁରୋ : ରାଜ୍ୟପାଳଙ୍କ ଗଣେଶୀଲାଲଙ୍କ ପତ୍ନୀଙ୍କ ଶେଷକୃତ ସଂପନ୍ନ ହୋଇଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଗତକାଲି ରାତିରେ ଗଣେଶୀଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ ହୋଇଥିଲା । ସାନ ପୁଅ ମୁଖାଗ୍ନି ଦେଇଛନ୍ତି । ନଭେମ୍ବର ପହିଲାରୁ କୋଭିଡରେ ଆକ୍ରାନ୍ତ ହୋଇ ସେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ସୁଶୀଳା ଦେବୀଙ୍କ ମରଶରୀରକୁ ରାଜଭବନ ଅଣାଯାଇ ଗାର୍ଡ ଅଫ ଅନର ଦିଆଯାଇଛି ।

ସୁଶୀଳା ଦେବୀଙ୍କ ପରଲୋକରେ ରାଜ୍ୟପାଳ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଶୋକବାର୍ତାରେ ସେ କହିଛନ୍ତି, ସୁଶୀଳା ଦେବୀ ଜଣେ ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ । ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟପାଳଙ୍କ ଧର୍ମପତ୍ନୀଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ।

Comments are closed.