ବାଲେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମଶାଣୀରେ ଶବ ପୋଡ଼ିବାକୁ ବିରୋଧ ହେବାରୁ ଘର ସମ୍ମୁଖରେ ମୃତଦେହ ପୋଡ଼ିଲେ ପରିବାର ଲୋକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋର ବ୍ଲକ ତେଂଟେଇ ଗାଁରେ ।
ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ଥାନା ତେଂଟେଇ ଗାଁର ନବଘନ ମଲ୍ଲିକ ଏଡ୍ସ ରୋଗରେ ଆକ୍ରାନ୍ତ ଥିଲେ । ତେବେ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହେବାରୁ ପରିବାର ଲୋକେ ମୃତଦେହକୁ ସଂସ୍କାର ପାଇଁ ଗାଁ ମଶାଣୀକୁ ନେଇଥିଲେ ।
ହେଲେ ଗାଁର କିଛି ଏହାକୁ ବିରୋଧ କରିଥିଲେ । ଏଡ୍ସରେ ନବଘନର ମୃତ୍ୟୁ ହୋଇଥିବାରୁ ଶବ ଦାହ କରିବାକୁ ଦିଆଯାଇନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ପୁଲିସ ଓ ତହସିଲଦାର ଉପସ୍ଥିତ ରହି ମଧ୍ୟ ସମାଧାନ ହୋଇପାରିନଥିଲା । ଶେଷରେ ବାଧ୍ୟ ହୋଇ ପରିବାର ଲୋକ ଘର ସାମ୍ନାରେ ଶବ ଦାହ କରିଥିବା ଅଭିଯୋଗ ହୋଇଛି । ସେପଟେ ସରକାରଙ୍କ ହରିଶଚନ୍ଦ୍ର ଯୋଜନା ଅନୁଯାଇ ପରିବାର ଲୋକଙ୍କୁ ସରପଂଚ ୨୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/vlcsnap-2016-10-15-18h04m37s476.png)