ସ୍ୱର୍ଗଦ୍ୱାରରୁ ଶବଦାହର ହେବ ସିଧାପ୍ରସାରଣ ! ମୃତକଙ୍କ ପରିବାର ଘରେ ବସି ଦେଖିପାରିବେ ଶବଦାହର ସିଧାସଳଖ ଦୃଶ୍ୟ

90

କନକ ବ୍ୟୁରୋ : ପୁରୀ ସ୍ୱର୍ଗଦ୍ୱାରର ହେବ ନବକଳେବର । ଏଣିକି ଶବଦାହର ହେବ ସିଧାପ୍ରସାରଣ । ମୃତକଙ୍କ ପରିବାର ଆତ୍ମୀୟ ସ୍ୱଜନ ଘରେ ବସି ଏହାର ସିଧା ସଳଖ ଦୃଶ୍ୟ ଦେଖି ପାରିବେ । ଏନେଇ ବିସ୍ତୃତ ପ୍ରକଳ୍ପ ଯୋଜନା ପ୍ରସ୍ତୁତ କରିଛି ପୁରୀ ପୌରସଂସ୍ଥା । ଏଥି ପାଇଁ ଖର୍ଚ୍ଚ ହେବ ଅଢ଼େଇ କୋଟି ଟଙ୍କା । ଏଥିରେ ସିସିଟିଭି, ପିଣ୍ଡି ସାଙ୍ଗକୁ ଅନ୍ୟାନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ ।

ସ୍ୱର୍ଗଦ୍ୱାରକୁ ଦୈନିକ ଶବଦାହ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ହଜାର ହଜାର ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ପୌରସଂସ୍ଥା ଅଧିକାରୀ ଶ୍ରୀକାନ୍ତ ତରାଇ । ସ୍ୱର୍ଗଦ୍ୱାରା ଚାରିପଟେ ପାଚେରୀ ବୁଲାଇ ସହ ପିଣ୍ଡି ସଂଖ୍ୟା ୪୨କୁ ବୃଦ୍ଧି କରାଯିବ । ଏହା ସହ ସ୍ୱର୍ଗଦ୍ୱାର ଭିତରେ ୧୪ରୁ ଅଧିକ ଉଚ୍ଚ କ୍ଷମତା ସଂପନ୍ନ ସିସିଟିଭି ଲଗାଇବା ପାଇଁ ବ୍ୟବସ୍ଥା କରାଯିବ । ଏଥିପାଇଁ ମୋଟ ୨.୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି ।