କନକ ବ୍ୟୁରୋ: ବାପାଙ୍କ ପରେ ଏବେ ମୃତ୍ୟୁ ସହ ଆଇସିୟୁ ଭିତରେ ସଂଗ୍ରାମ କରୁଛି ପୁଅ । ଅଭାବ ଭିତରେ ରହଥିବା ପରିବାର ଏବେ ଅସହାୟ ହୋଇପଡିଛନ୍ତି । ବସ୍ତା ବ୍ଲକ ବସନ୍ତପୁର ଗାଁର ବିଷ୍ଣୁପଦ ପରିଡ଼ା । ଏବେ ଘରର ଏକମାତ୍ର ରୋଜଗାରକ୍ଷମ ଥିବାବେଳେ ହୃଦଘାତ ସହିତ ବ୍ରେନ ହାମରେଜ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ମାତ୍ର ଦୁଇ ମାସରେ ପରିବାର ଅବସ୍ଥା ଦୟନୀୟ ହୋଇପଡିଛି । ଜମିବାଡି ଯାହାଥିଲା ସବୁ ବିକ୍ରି ହୋଇସାରିଛି । ଏବେ ଦରକାର ୧୫ ଲକ୍ଷରୁ ଅଧିକ ଟଙ୍କା । ପାଖରେ କାଣି କଉଡ଼ିଟିଏ ନଥିବା ବେଳେ ଘରେ ଅସହାୟ ଅବସ୍ଥାରେ ମାଆ ଆକୁଳ ନିବେଦନ କରୁଛି ସାହାଯ୍ୟ ପାଇଁ । ଆଉ ସେପଟେ ବାରମ୍ବାର ସଜ୍ଞାହୀନ ହୋଇପଡୁଛନ୍ତି ସ୍ତ୍ରୀ ଗୌରୀ

Advertisment

ଅଭାବ ଅନଟନ ଭିତରେ ରହିଛନ୍ତି ବିଷ୍ଣୁପଦଙ୍କ ପରିବାର । ବୃଦ୍ଧା ମାଆଙ୍କ ସହିତ ସ୍ତ୍ରୀ ଏବଂ ଦୁଇ ବର୍ଷର ପୁଅ ବଡ ଦୟନୀୟ ଅବସ୍ଥାରେ ଜୀବନ ଜୀଉଁଛନ୍ତି । ପାଖରେ ଅର୍ଥ ନଥିବା ବେଳେ କିଭଳି ଚିକିତ୍ସା ହେବ ସେ ନେଇ ପରିବାର ଭିତରେ ଭାଳେଣି ପଡିଛି । ପରିବାରର ଦୁଃଖଦେଖି ପାଖ ପଡ଼ୋଶୀ ମଧ୍ୟ ସାହାଯ୍ୟ ସହଯୋଗ ପାଇଁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ।
ଯଦି କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ନମ୍ବରରେ ଯୋଗାଯୋଗ କରିପାରିବେ ।publive-imageପ୍ରଶାସନ ପକ୍ଷରୁ ବିଷ୍ଣୁପଦଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଯାଇପାରିଲେ ତାଙ୍କ ପରିବାର ଉପକୃତ ହେବା ସହିତ ତାଙ୍କୁ ଏକ ନୂଆ ଜୀବନ ମିଳିପାରିବ ।