ଟ୍ୱିନସିଟିରେ ୭୫% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ । ଶନିବାର ରାଜ୍ୟର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ । ଡିସେମ୍ବର ମାସ ପାଇଁ ସରକାର ଜାରି କଲେ ଗାଇଡଲାଇନ । 

215

କନକ ବ୍ୟୁରୋ : ଟ୍ୱିନସିଟିରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର ମାସ ପାଇଁ ଏହି ଗାଇଡଲାଇନ ଜାରି କରାଯାଇଥିବା ବେଳେ ଅଫିସ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।

କେବଳ ଜରୁରୀକାଳୀନ ବିଭାଗ ଅଧିନରେ ଆସୁଥିବା ଅଫିସ ଗୁଡିକ ସମସ୍ତ କର୍ମଚାରୀଙ୍କୁ ନେଇ ଚାଲିବ ।ଏସଆରସି, ଓଏସଡିଏମଏ. ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗ ଭଳି ଜରୁରୀକାଳୀନ ଅଫିସ ଗୁଡିକୁ ସମସ୍ତ କର୍ମଚାରୀ ଆସିବେ । ସେହିଭଳି ବିଧାନସଭା ଅଧିବେଶନ ଚାଲୁଥିବାରୁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ ଆସିବାକୁ ଚିଠିରେ ଉଲ୍ଲେଖ ରହିଛି । ଏହାସହ ରାଜ୍ୟର ସମସ୍ତ ସରକାରୀ ଅଫିସ ଗୁଡିକ ଶନିବାର ବନ୍ଦ ରହିବ ବୋଲି ସମସ୍ତ ବିଭାଗକୁ ଚିଠି ଲେଖି ଜଣାଇଛି ସାଧାରଣ ପ୍ରଶାସନ ବିଭାଗ ।