ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେବେ ଫୁମିଓ କାଶିଦା । ନୂଆ ନେତାଙ୍କୁ ନେଇ ଆଶାବାଦୀ ଜାପାନବାସୀ ।

97

କନକ ବ୍ୟୁରୋ: ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେବେ ଫୁମିଓ କାଶିଦା । ବୁଧବାର କ୍ଷମତାସୀନ ଦଳ ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ବୈଠକ ଅନୁଷ୍ଠିତ ହୋଇଥିବାବେଳେ କିଶିଦା ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ ହୋଇଛନ୍ତି । ୬୪ ବର୍ଷିୟ କିଶିଦା ହେଉଛନ୍ତି ପେସାରେ ଜଣେ କୂଟନୀତିଜ୍ଞ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ୟୋସିହିଦେ ସୁଗାଙ୍କ ଭାବମୂର୍ତ୍ତି ଏତେ ସ୍ୱଚ୍ଛ ନଥିବାରୁ ଦଳ ତାଙ୍କୁ ହଟାଇ ଫୁମିଓ କାଶିଦାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ସୂଚନା ରହିଛି । କିଶିଦାଙ୍କ ନେତୃତ୍ୱରେ ଜାପାନ ଉନ୍ନତି କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ନିର୍ବାଚନ ଦୌଡରେ ଚାରି ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇଜଣ ଥିଲେ ମହିଳା। ଦଳର ବୃହତ୍ତମ ଗୋଷ୍ଠୀଗୁଡ଼ିକ ତାଙ୍କ ସଦସ୍ୟମାନଙ୍କୁ ସ୍ବାଧୀନ ଭାବେ ମତବ୍ୟକ୍ତ କରିବାର ଅଧିକାର ଦେଇଥିଲେ। ପ୍ରଥମ ରାଉଣ୍ଡରେ କୋନୋ ଓ କାଶିଦାଙ୍କ ଭୋଟ ପ୍ରାୟ ସମାନ ଥିବାବେଳେ ଦ୍ବିତୀୟ ରାଉଣ୍ଡରେ ଉଭୟ ପୂର୍ବତନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସାନେ ଟାକେଚି ଓ ସିକୋ ନୋଡା ବାଦ୍ ପଡ଼ିବାରୁ କିଷିଡ଼ାଙ୍କ ପ୍ରତି ସଦସ୍ୟମାନଙ୍କ ବଳିଷ୍ଠ ସମର୍ଥନ ତାଙ୍କୁ ଜିତାଇଦେଲା। ଶେଷରେ କାଶିଦା ୨୫୭ ଭୋଟ ପାଇଥିବା ବେଳେ କୋନୋ ୧୭୦ ଭୋଟ ପାଇଥିଲେ।