କରୋନାର ଦ୍ୱିତୀୟ ଲହର ପ୍ରଭାବରେ ବେହାଲ ବାଂଲାଦେଶ । ସଂକ୍ରମଣ ରୋକିବାକୁ ୭ ଦିନ ପାଇଁ ଲଗାଗଲା ସମ୍ପୂର୍ଣ୍ଣ ଲକଡାଉନ୍

34

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଡୋଶୀ ଦେଶ ବାଂଲାଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛି   । ଏହି ଲକଡାଉନ୍ ସୋମବାର ଠାରୁ ଆରମ୍ଭ ହେବ । ଏହି ସମୟରେ କେବଳ ଜରୁରୀସେବା ଜାରି ରହିବ ବୋଲି କୁହାଯାଇଛି ।
ବାଂଗ୍ଲାଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ଦିନ ଦେଶରେ ୬୮୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି , ଏହାସହ ସେହିଦିନ ୫୦ ଜଣ ଲୋକଙ୍କ ଜୀବନ ଯାଇଛି । ବାଂଲାଦେଶରେ କରୋନା ସଂକ୍ରମଣରେ ମୋଟ ମୃତ୍ୟୁ ସଂଖ୍ୟା ୯ ହଜାର ବୋଲି କୁହାଯାଇଛି । ବାଂଲାଦେଶରେ ପ୍ରଥମ କରୋନା ସଂକ୍ରମିତ ୨୦୨୦ ମେ ୮ ତାରିଖରେ ଚିହ୍ନଟ ହୋଇଥିଲା    । ଏହାର ଦୁଇ ସପ୍ତାହ ପରେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଥିଲା ।

କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସଂସଦରେ ଏକ ବୟାନ ଦେଇ ଲୋକଙ୍କୁ ସଚେତନ ରହିବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ କି ଆମକୁ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ପଡିବ । ହେଲେ ପରିସ୍ଥିତି ନିୟନ୍ତ୍ରଣ ରଖିବାକୁ ହେଲେ ଲୋକମାନଙ୍କର ସହଯୋଗ ନିହାତି ଆବଶ୍ୟକ ବୋଲି ସେ କହିଥିଲେ । ଏହି ଲକଡାଉନ ସମୟରେ ଅଧା କର୍ମଚାରୀରେ ସରକାରୀ କାର୍ଯ୍ୟାଳୟ ଚାଲିବ ବୋଲି କୁହାଯାଇଛି ।