କନକ ବ୍ୟୁରୋ : ଆଜି ଫିଲ୍ମି ଫ୍ରାଇଡେରେ ପରଦାକୁ ଆସୁଛି କମେଡି ସିନେମା ଫୁକରେ ରିଟର୍ଣ୍ଣସ୍ । ଏହା ୨୦୧୩ରେ ରିଲିଜ୍ ହୋଇଥିବା ଫୁକରେ’ର ସିକ୍ୱେଲ । ଏଥିରେ ରହିଛି ଭରପୁର ମନୋରଞ୍ଜନ ସହିତ ମସାଲେଦାର କମେଡି ତଡକା । ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ପ୍ରଯୋଜକ ଫରହାନ ଅଖତାର । ୨୦୧୩ରେ ରିଲିଜ ହୋଇଥିବା ଫୁକେରର ପ୍ରଥମ ସିରିଜଟି ବେଶ ଗ୍ରହଣୀୟ ହୋଇପାରିଥିଲା ଦର୍ଶକଙ୍କ ନିକଟରେ । ସ୍ୱିକେଲ ସିରିଜରେ ପୁଲକିତ ସମ୍ରାଟ, ବରୁନ ଶର୍ମା, ରିଚା ଚଢା, ପ୍ରିୟା ଆନନ୍ଦଙ୍କ ଭଳି କଳାକାରଙ୍କୁ ଦେଖିବାକୁ ପାଇବେ ଦର୍ଶକ ।
ସେହିଭଳି ଆଜି ଆଉ ଏକ ବଲିଉଡ୍ ମୁଭି ‘ସଲ୍ଲୁ କି ସାଦୀ’ ବି ମୁକ୍ତିଲାଭ କରୁଛି । ଏହା ଏକ ଆକ୍ସନ୍ ଡ୍ରାମା ଥ୍ରୀଲର । ‘ସଲ୍ଲୁ କି ସାଦୀ’ ରେ ଭରପୁର ମନୋରଞ୍ଜନ ସାଙ୍ଗକୁ ଦେଖିବାକୁ ମିଳିବ ଦମଦାର ଆକ୍ସନ । ଏଥିରେ ଜିନତ ଅମନ, କିରଣ କୁମାର ଓ ଅଶରାନୀ କାଶ୍ୟପ ମୁଖ୍ୟ ଭୂମିକାରେ ନଜର ଆସିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/12/hqdefault-11.jpg)