ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ । ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏର ଉଚ୍ଚ ସ୍ତରୀୟ ଟିମ୍

174

କନକ ବ୍ୟୁରୋ : ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ । ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏ । ଦେଶର ଏହି ତିନି ତଦନ୍ତକାରୀ ସଂସ୍ଥାର ଉଚ୍ଚ ସ୍ତରୀୟ ଟିମ୍ ୟୁକେ ଯିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ୟୁକେରେ ଏବେ ହୀରା ବ୍ୟବସାୟୀ ନିରବ ମୋଦି, କିଙ୍ଗଫିସର ଏୟାରଲନସର ପ୍ରମୋଟର ବିଜୟ ମାଲ୍ୟା ଏବଂ ପ୍ରତିରକ୍ଷା ଡିଲର ସଂଜୟ ଭଣ୍ଡାରୀ ସମତେ ଅନେକ ବ୍ୟବସାୟୀ ରହିଛନ୍ତି । ଏମାନେ ଭାରତରେ ବିଭିନ୍ନ ବ୍ୟବସାୟ କରୁଥିଲେ । କିନ୍ତୁ ଆର୍ଥିକ ଅନିୟମିତତା କାରବା ପରେ ଆଇନର ଜାଲରେ ଫସି ଦେଶ ଛାଡି ବ୍ରିଟେନ ପଳାଇଛନ୍ତି । ଦୁଇ ଦେଶ ମଧ୍ୟରେ ପାରସ୍ପରିକ ଆଇନଗତ ସହାୟତା ଚୁକ୍ତି ବା ଏମଏଲଏଟି ଅଧୀନରେ ଚୁକ୍ତି ହୋଇଛି ।

ବ୍ରିଟେନ କର୍ତୃପକ୍ଷଙ୍କ ନିକଟରେ ଦୀର୍ଘ ଦିନ ଧରି ଅଟକ ରହିିଥିବା ପ୍ରକ୍ରିୟା ସୁଗମ ହେବା ପରେ ଲଣ୍ଡନ ଗସ୍ତରେ ଯିବାକୁ ଇଡି-ସିବିଆଇ ଏବଂ ଏନଆଇଏର ଉଚ୍ଚ ସ୍ତରୀୟ ଟିମ୍ ପ୍ରସ୍ତୁତି ଚଳାଇଛି । ସେଠାକାର ଅଧିକାରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଉଭୟ ଭାରତ ଏବଂ ବ୍ରିଟେନ ଏମଏଲଏଟିରେ ସ୍ୱାକ୍ଷର କରିଛନ୍ତି । ତେଣୁ ଅର୍ଥନୈତିକ ଅପରାଧୀ ଏବଂ ଅନ୍ୟାନ୍ୟ ମାମଲାରେ ଜଡିତ ଅପରାଧୀକ ତଦନ୍ତ ସଂପର୍କରେ ସୂଚନା ଅଂଶୀଦାର କରିବାକୁ ଆଇନଗତ ଭାବରେ ବାଧ୍ୟ । ବ୍ରିଟେନରୁ ଭାରତ ଆଣିବାକୁ ଯେଉଁସବୁ କଟକଣା ରହିଛି ପ୍ରାୟତଃ ପଥ ପରିସ୍କାର ହୋଇଛି । ତେଣୁ ଏବେ ତିନି ପଳାତକଙ୍କୁ ଖୁବଶୀଘ୍ର ଭାରତ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି ।