କନକ ବ୍ୟୁରୋ: ଗଞ୍ଜେଇ ମାଫିଆଙ୍କ ଘର ଦୁଆର ମୁହଁରେ ବାଜିଲା ଡେଙ୍ଗୁରା । ଘରେ ଲାଗିଲା ପଳାତକର ନୋଟିସ । ମାଲାକାନାଗିରି କାଲିମେଳାର ଏମ ଭି-୯୪ ଗାଁର ଦୁଇ ଗଞ୍ଜେଇ ମାଫିଆଙ୍କ ଘରେ ପଳାତକ ନୋଟିସ ଲଗାଇବା ସହ ପୁଲିସ ଡେଙ୍ଗୁରା ବଜାଇ କୋର୍ଟରେ ଯଥା ଶୀଘ୍ର ହାଜର ହେବାକୁ କହିଛି । ଜିଲ୍ଲା ସେସନ୍ସ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ ପଳାତକ ଘୋଷଣା କରାଯିବ ସହ ପଳାତକଙ୍କ ଘରେ ନୋଟିସ ଲଗାଯାଇଛି ।
ମାଲାକାନାଗିରିର ଏମ-ଭି ୯୪ ଗ୍ରାମର ଅନୁପ ମିସ୍ତ୍ରୀ ଓ ମହାନନ୍ଦ ମଣ୍ଡଳ କିଛି ଦିନ ହେବ ଫେରାର ଥିବାବେଳେ ଏବେ ସେମାନଙ୍କୁ ପଳାତକ ଘୋଷଣା କରାଯାଇଛି । ଯଦି ଜାରି ହୋଇଥିବା ତାରିଖରେ ଅଭିଯୁକ୍ତ କୋର୍ଟରେ ହାଜର ନ ହୁଅନ୍ତି ତେବେ ସେମାନଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତିକୁ ବାଜ୍ୟାପ୍ତି କରାଯିବ ବୋଲି ପୁଲିସ ଡେଙ୍ଗୁରା ପିଟି ଜଣାଇଛି । କାଲିମେଳା ପୁଲିସର ଏକ ଟିମ ଗତକାଲି ଅପରାହ୍ନ ସମୟରେ ଏହି ଦୁଇ ଅଭିଯୁକ୍ତ ଘରକୁ ଯାଇ ଏହି ନୋଟିସ ମାରିଥିବାର ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/vlcsnap-2023-05-07-14h49m04s485.png)