ଧରାପଡ଼ିଲା ପଂଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତି ମାମଲାରେ ଅଭିଯୁକ୍ତ ମେହୁଲ ଚୋକ୍ସି : ‘ଡୋମିନିକା’ର ସିଆଇଡି ଗିରଫ କରିଥିବା ସୂଚନା

କିଛି ଦିନ ତଳୁ ଆଂଟିଗୁଆରୁ ହୋଇ ଯାଇଥିଲା ନିଖୋଜ

198

କନକ ବ୍ୟୁରୋ : ଧରାପଡିଛି ଫ୍ରଡମାଷ୍ଟର ମେହୁଲ ଚୋକ୍ସି । କାରବିୟାନ୍ ଦେଶ ‘ଡୋମିନିକା’ର କ୍ରାଇମ୍ ଇନଭେଷ୍ଟିଗେସନ୍ ସଂସ୍ଥା, ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । କିଛି ଦିନ ତଳୁ ମେହୁଲ ଚୋକ୍ସି, ଆଂଟିଗୁଆରୁ ନିଖୋଜ ହୋଇ ଯାଇଥିଲା । ତାକୁ ଧରିବା ପାଇଁ କାରବିୟାନ୍ ଦେଶଗୁଡିକରେ ହଇଚଇ ଖେଳି ଯାଇଥିଲା । ଶେଷରେ ଡୋମିନିକାରେ ସେ ଧରାପଡିଛି । ପ୍ରାୟ ୧୨ ହଜାର କୋଟି ଟଙ୍କାର ପଂଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତି ମାମଲାରେ ମେହୁଲ ଚୋକ୍ସି ଅନ୍ୟତମ ଅଭିଯୁକ୍ତ । ନିରବ ମୋଦି ସହ ମିଶି ହଜାର ହଜାର କୋଟି ଟଙ୍କାର ସ୍କାମ କରିଥିଲା ଏହି ଫ୍ରଡ୍ ମାଷ୍ଟର । ଭାରତରେ ଏ ନେଇ ଧରପଗଡ଼ ଆରମ୍ଭ ହେବା ପରେ ସେ ଦେଶ ଛାଡି ଚାଲି ଯାଇଥିଲା ।