କନକ ବ୍ୟୁରୋ: ପିଏନବି ବ୍ୟାଙ୍କ ଦୁର୍ନୀତି ମାମଲାର ମାଷ୍ଟର ମାଇଣ୍ଡ ତଥା ହୀରା ବ୍ୟବସାୟୀ ମେହୁଲ ଚୌକସି ଧରାପଡିଛି । ଆଂଟିଗୁଆ-ବାରବୋଡାରୁ କ୍ୟୁବା ଖସିଯିବାକୁ ଉଦ୍ୟମ କଲା ବେଳେ ଡୋମିନିକାରେ ଏହି ଠକକୁ ଧରିଛି ପୁଲିସ । ଏବେ ମେହୁଲ ଡୋମିନିକା ପୁଲିସର ହେପାଜତରେ ରହିଛି । ତାକୁ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଆଂଟିଗୁଆ ଏବଂ ଡୋମିନିକା ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି । ଆଂଟିଗୁଆରୁ ଫେରାର ହେବା ଚୌକସିଙ୍କ ଏକ ବଡ ଭୁଲ ଓ ତାଙ୍କୁ ଭାରତ ସରକାରଙ୍କ ଦେଇ ଦିଆଯିବ, ସେ କୃତକର୍ମର ଫଳ ଭୋଗିିବେ ବୋଲି କହିଛନ୍ତି ଆଂଟିଗୁଆ ପ୍ରଧାନମନ୍ତ୍ରୀ ।
ମେ ୨୩ ତାରିଖରେ ମେହୁଲ ଚୌକସି ଆଂଟିଗୁଆରୁ ଫେରାର ହୋଇଯାଇଥିବା ଖବର ପରେ ୟେଲୋ ଅଲର୍ଟ ଜାରି କରିଥିଲା ଇଂଟରପୋଲ । ମେ ୨୩ ତାରିଖ ରାତିରେ ଏକ ରେଷ୍ଟୁରାଂଟକୁ ଖାଇବାକୁ ଯାଇ ଆଉ ସେ ଫେରିନଥିଲା । ଖୋଜାଖୋଜି ପରେ ମେହୁଲ ଚୌକସି ଯାଇଥିବା ଗାଡି ମିଳିଥିଲା ହେଲେ ତାର ପତା ମିଳିନଥିଲା । ଆଂଟିଗୁଆରୁ କ୍ୟୁବାକୁ ଫେରାର ହେବା ବେଳେ ମେ ୨୬ତାରିଖରେ ଡୋମିନିକାରେ ଧରାପଡିଥିଲା ପଳାତକ । ଡୋମିନିକାରେ ଏୟାରପୋର୍ଟ ନଥିବାରୁ ଆଂଟିଗୁଆରୁ ଜଳପଥରେ ଫେରାର ହୋଇଥିବା ସନ୍ଦେହ କରାଯାଉଛି ।
ପଂଜାବ ନେସନାଲ ବ୍ୟାଙ୍କରୁ ସାଢେ ୧୩ ହଜାର କୋଟିରୁ ଅଧିକ ଟଙ୍କାର ଠକେଇ ପରେ ୨୦୧୮ ମସିହାରେ ଫେରାର ହୋଇଯାଇଥିଲା ମେହୁଲ ଚୌକସି । ତେବେ ୨୦୧୭ରୁ ଆଂଟିଗୁଆର ନାଗରିକତ୍ୱ ଗ୍ରହଣ କରିସାରିଥିଲା ଏହି ଧୂର୍ତ ପଳାତକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/mehul-choksi-1548046853-1621912965-1622049549.jpeg)