କରୋନା ବେଳେ ଗତ ୨ ବର୍ଷର ରେକର୍ଡ ଭାଙ୍ଗିଲା ତେଲ ଦର । ଲଗାତର ବଢ଼ିଚାଲିଛି ପେଟ୍ରୋଲ ଓ ଡିଜେଲର ଦାମ । ରାଜଧାନୀରେ ଡିଜେଲ ଟପିଲା ୮୦, ପେଟ୍ରୋଲ ଲିଟର ପିଛା ୮୪ ଟଙ୍କା

168

କନକ ବ୍ୟୁରୋ : କରୋନା କାଳରେ ପେଟ୍ରୋଲ ଓ ଡିଜେଲ ଦର ଲୋକଙ୍କ ଚିନ୍ତା ଆହୁରି ବଢ଼ାଇ ଦେଇଛି । ପ୍ରାୟ ୨ ବର୍ଷ ଭିତରେ ସର୍ବୋଚ୍ଚ ସ୍ତରରେ ପଂହଚିଛି ପେଟ୍ରୋଲ ଦର । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୪ ଟଙ୍କା ଟପିଥିବାବେଳେ ଡିଜେଲ ୮୦ ଟଙ୍କା ଅତିକ୍ରମ କରିଛି । ଯାହା ଗ୍ରାହକଙ୍କ ସମସ୍ୟା ବଢ଼ାଇ ଦେଇଛି ।

କ୍ରମାଗତ ଭାବରେ ବଢ଼ି ଚାଲିଛି ତେଲଦର । ନଜର ପକାନ୍ତୁ ବିଗତ ୬ ଦିନ ଭିତରେ କ’ଣ ରହିଛି ପେଟ୍ରୋଲ ଓ ଡିଜେଲର ଦର ତାଲିକା ।

ତାରିଖ                ପେଟ୍ରୋଲ ଦର                    ଡିଜେଲ ଦର
ଡିସେମ୍ବର ୧         ୮୨ ଟଙ୍କା ୯୯ ପଇସା             ୭୮ ଟଙ୍କା ୯୧ ପଇସା
ଡିସେମ୍ବର ୨         ୮୩ ଟଙ୍କା ୧୨ ପଇସା            ୭୯ ଟଙ୍କା ୧୪ ପଇସା
ଡିସେମ୍ବର ୩        ୮୩ ଟଙ୍କା ୨୯ ପଇସା           ୭୯ ଟଙ୍କା ୩୫ ପଇସା
ଡିସେମ୍ବର ୪         ୮୩ ଟଙ୍କା ୪୯ ପଇସା           ୭୯ ଟଙ୍କା ୬୦ ପଇସା
ଡିସେମ୍ବର ୫         ୮୩ ଟଙ୍କା ୭୬ ପଇସା          ୭୯ ଟଙ୍କା ୮୭ ପଇସା
ଡିସେମ୍ବର ୬         ୮୪ ଟଙ୍କା ୦୫ ପଇସା           ୮୦ ଟଙ୍କା ୧୯ ପଇସା

ଶନିବାର ଅପେକ୍ଷା ରବିବାର ଡିଜେଲ ଦର ୩୧ ପଇସା ବଢିଛି । ସେହିପରି ପେଟ୍ରୋଲ ମଧ୍ୟ ୨୯ ପଇସା ବଢିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର କାରଣରୁ ତେଲ ଦର ବୃଦ୍ଧି ପାଉଥିବା କୁହାଯାଉଥିବା ବେଳେ ଗ୍ରାହକଙ୍କ ସମସ୍ୟା ବଢ଼ି ଯାଇଛି । ଆଉ ଭୁବନେଶ୍ୱର ଭଳି କଟକରେ ମଧ୍ୟ ଗ୍ରାହକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।