କନକ ବ୍ୟୁରୋ : ଆଜି ପଂଚମ ଦିନ ପାଇଁ ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ଲିଟର ପିଛା ୫୫ ପଇସା ବୃଦ୍ଧି ପାଇଛି । ଗତ ୬ ଦିନ ଭିତରେ ପେଟ୍ରୋଲ ଡିଜେଲ ଦର ୫ ଥର ପାଇଁ ବଢିଛି । ୫ ଦିନରେ ତେଲ ଦର ୪ଟଙ୍କାରୁ ଅଧିକ ବଢ଼ିଛି । ଦର ବୃଦ୍ଧି ପାଇବା ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା, ୧୦୫ଟଙ୍କା ୨୨ ପଇସା ଓ ଡିଜେଲ ଲିଟର ପିଛା ୧୦୪ଟଙ୍କା ୩୬ପଇସାରେ ପହଁଚିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୩ଟଙ୍କା ୩୫ ପଇସା, ଓ ଡିଜେଲ ଲିଟର ୧୧୨ ଟଙ୍କା ୫୧ ପଇସା ରହିଛି ।
ତେବେ ଦିଲ୍ଳୀରେ ପେଟ୍ରୋଲ ଦର ଲିଟର ପିଛା ୯୮ଟଙ୍କା ୬୧ ପଇସା ଓ ଡିଜେଲ ୯୭ ଟଙ୍କା ୮୧ ପଇସା ହୋଇଛି । ତେଲ ଦର ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହା ସିଧାସଳଖ ଖାଉଟିଙ୍କ ପକେଟକୁ ପ୍ରଭାବିତ କରିଛି । ସେପଟେ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ବଢୁଛି । ବଜାର ବିଶେଷଜ୍ଞ କହୁଛନ୍ତି ଏହି ଧାରା ଜାରି ରହିଲେ ଦେଶରେ ଆଗକୁ ପେଟ୍ରୋଲ ଲିଟର ପିଛା ୧୩୦ ଟଙ୍କାକୁ ଛୁଇଁବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/03/vlcsnap-2022-03-27-07h29m39s936.png)