କ୍ରମାଗତ ତୈଳଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଓ ଅନ୍ୟ କିଛି କାରଣରୁ ବଢ଼ିଛି ମୂଲ୍ୟ

ଖୁବ୍ ଶୀଘ୍ର ସାମାନ୍ୟ ସ୍ଥିତି ଆସିବା ନେଇ ସମ୍ଭାବନା ଥିବା କହିଲେ ଧର୍ମେନ୍ଦ୍ର

289

କନକ ବ୍ୟୁରୋ: କ୍ରମାଗତ ଭାବେ ବଢ଼ିଚାଲିଛି ତୈଳଦର । କରୋନା କାଳରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ପ୍ରାୟ ୨ ବର୍ଷ ଭିତରେ ସର୍ବୋଚ୍ଚ ସ୍ତରରେ ପହଂଚିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୪ ଟଙ୍କା ଟପିଥିବା ବେଳେ ଡିଜେଲ ୮୦ ଟଙ୍କା ଟପିସାରିଛି ।

ତୈଳଦର ବୃଦ୍ଧିର କାରଣ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆମେରିକାରେ ନିକଟରେ ଶେଷ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ଓ ଅନ୍ୟ କେତେକ କାରଣରୁ ଏହି ତୈଳଦର ବୃଦ୍ଧି ଘଟିଥିବା ସେ କହିଛନ୍ତି । ତେବେ ଖୁବ୍ ଶୀଘ୍ର ସାମାନ୍ୟ ସ୍ଥିତି ଆସିବା ନେଇ କେନ୍ଦ୍ରମନ୍ତ୍ରୀ ଆଶାବାଦୀ ଥିବା କହିଛନ୍ତି ।