ପୁଣି ବଢିଲା ତୈଳ ଦର: ଲିଟର ପିଛା କେତେ ବଢିଲା?

709
କନକ ବ୍ୟୁରୋ: ମଙ୍ଗଳବାର ପୁୁଣିଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ରାଜଧାନୀ ଦିଲ୍ଲୀ ସମେତ ସମସ୍ତ ମହାନଗରରେ ତୈଳ ଦର ବୃଦ୍ଧି ପାଇଛି । ଆଇଓସିଏଲର ୱେବସାଇଟ ମୁତାବକ, ପେଟ୍ରୋଲ ୧ ଲିଟର ପିଛା ୨୫ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି ।ଏହା ସହ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୧୦୨.୬୪ ପଇସାରେ ପହଞ୍ଚିଥିବାବେଳେ ଡିଜେଲ ଦର ୯୧.୦୭ ପଇସାରେ ପହଞ୍ଚିଛି ।ରବିବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବାବେଳେ ସୋମବାର ପୁଣି ଏହି ଦର ବୃଦ୍ଧି ପାଇଛି ।
ଅକ୍ଟୋବର ୫, ୨୦୨୧ ରେ ପେଟ୍ରୋଲ, ଡିଜେଲ ମୂଲ୍ୟ
ଦିଲ୍ଲୀ-  ପେଟ୍ରୋଲ ଦର ୧୦୨.୬୪ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୧.୦୮ ଟଙ୍କା ରହିଛି।
ମୁମ୍ବାଇ- ପେଟ୍ରୋଲର ମୂଲ୍ୟ ୧୦୮.୬୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୮.୭୬ ଟଙ୍କା ରହିଛି।
କୋଲକାତା-  ପେଟ୍ରୋଲ ଲିଟର ପିଛା ୧୦୩.୩୩ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୪.୧୪ ଟଙ୍କା ରହିଛି।
ଚେନ୍ନାଇରେ – ପେଟ୍ରୋଲ ଲିଟର ପିଛା ୧୦୦.୦୨ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୫.୫୬ ଟଙ୍କା ରହିଛି।