ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଭୁବନେଶ୍ୱରରେ ପ୍ରଥମଥର ଲାଗି ୮୦ ଟପିଲା ପେଟ୍ରୋଲ ଦର

ତେଲ ଦରରେ ଲାଗୁନି ବ୍ରେକ୍ : ଭୁବନେଶ୍ୱରରେ ୧୦୮ ଟଙ୍କା ଟପିଲା ପେଟ୍ରୋଲ୍‌

କନକ ବ୍ୟୁରୋ : ପେଟ୍ରୋଲ ଦର ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ପ୍ରଥମ ଥର ପାଇଁ ୮୦ ଟଙ୍କା ଟପିଯାଇଛି। ଗୁରୁବାର ତୁଳନାରେ ଶୁକ୍ରବାର ପେଟ୍ରୋଲ ଦରରେ ୨୮ ପଇସା ବୃଦ୍ଧି ଘଟିଥିବା ବେଳେ ଡିଜେଲ ଦରରେ ୨୩ ପଇସା ବୃଦ୍ଧି ଘଟିଛି। ଏଥିଯୋଗୁ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୦ ଟଙ୍କା ୧୩ ପଇସା ଏବଂ ଡିଜେଲ ଦର ୭୮ ଟଙ୍କା ୬୫ ପଇସାରେ ପହଞ୍ଚି ଯାଇଛି। ତେବେ ଅଧିକ ପ୍ରିମିୟମ ପେଟ୍ରୋଲ ଦର ରାଜଧାନୀରେ ୮୩ ଟଙ୍କା ୫ ପଇସା ହୋଇଛି। ତେବେ ପେଟ୍ରୋଲ ଦର ୧୦୦ ଟଙ୍କା ଛୁଇଁପାରେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ଏବେ ୭୫ ଟଙ୍କା ପାଖାପାଖି ରହିଛି। ଅନ୍ୟପକ୍ଷରେ ପ୍ରତିଦିନ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଖସି ଚାଲିଛି। ୧ ଡଲାର ମୂଲ୍ୟ ୭୩ ଟଙ୍କା ପାଖାପାଖି ପହଞ୍ଚି ଗଲାଣି। ତେଣୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ୭୫ ଡଲାରରେ ଅପରିବର୍ତ୍ତିତ ରହିଲେ ସୁଦ୍ଧା ଦୁର୍ବଳ ଟଙ୍କା ଯୋଗୁ ତେଲ ଆମଦାନି ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଏଭଳି ପରିସ୍ଥିତି ଲାଗି ରହିଲେ ପେଟ୍ରୋଲ ଦର ୧୦୦ ଟଙ୍କାରୁ ଅଧିକ ହୋଇଯିବ।

publive-imageୟୁପିଏ ସରକାରଙ୍କ ଅମଳରେ ଅନ୍ତର୍ଜାତୀୟ ବଜାରରେ ଅଶୈାଧିତ ତେଲ ଦର ବ୍ୟାରେଲ ପିଛା ୧୪୦ ଡଲାରରୁ ଅଧିକ ହୋଇଯାଇଥିଲେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର କେବେ ବି ଏତେ ଅଧିକ ହୋଇ ନଥିଲା। ଏହାର କାରଣ ଥିଲା ସେତେବେଳେ ସରକାର ପେଟ୍ରୋଲ ଏବଂ ଡିଜେଲ ପାଇଁ ସବସିଡି ଦେଉଥିଲେ। କିନ୍ତୁ ୨୦୧୩ ମସିହାରୁ ପେଟ୍ରୋଲ ଏବଂ ଡିଜେଲରୁ ସବସିଡି ହଟାଯାଇଥିଲା। ଏହାସହିତ ଦର ନିର୍ଧାରଣ ପ୍ରକ୍ରିୟା ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହୋଇଥିଲା। କମ୍ପାନି ଗୁଡ଼ିକୁ ଦର ନିର୍ଧାରଣର ସ୍ୱାଧୀନତା ମିଳିଥିଲା। ସେମାନେ ନିଜର ଖର୍ଚ୍ଚ ଅନୁଯାୟୀ ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଧାରଣ କରୁଛନ୍ତି। ଏବେ ପେଟ୍ରୋଲର ପ୍ରକୃତ ମୂଲ୍ୟ ୩୫ ଟଙ୍କା ହୋଇଥିବା ବେଳେ ଏହା ଏବେ ଦେଶର ଅନେକ ସ୍ଥାନରେ ୮୮ ଟଙ୍କା ପାଖାପାଖି ବିକ୍ରି ହେଉଛି। ଏହାର କାରଣ ହେଲା ସରକାର ତେଲ ଉପରେ ବିପୁଳ ପରିମାଣର ଟିକସ ବସାଉଛନ୍ତି। ସରକାର ମଧ୍ୟ ନିର୍ବାଚନୀ ବର୍ଷରେ ଜନମଙ୍ଗଳ କାର୍ଯ୍ୟରେ ଅଧିକ ଅର୍ଥ ବ୍ୟୟ କରିବାକୁ ଥିବାରୁ ତେଲ ରାଜସ୍ୱ ଛାଡ଼ିବାକୁ ରାଜିନାହାନ୍ତି। ଏସବୁ କାରଣ ଯୋଗୁ ଆଗାମୀ ଦିନରେ ପେଟ୍ରୋଲ ଦର ୧୦୦ ଟଙ୍କା ଛୁଇଁପାରେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe