ପୁଣି ବଢିଲା ତେଲ ଦର: କ୍ରମାଗତ ୬ ଦିନ ଧରି ବଢିଚାଲିଛି ତୈଳଦର; ଆଜି ପେଟ୍ରୋଲ ଲିଟର ପିଛା ୫୭ ପଇସା, ଡିଜେଲ ୫୯ ପଇସା ବୃଦ୍ଧି

ସପ୍ତାହକରେ ବଢିଲାଣି ୩ ଟଙ୍କା ୩୧

362

କନକ ବ୍ୟୁରୋ: ପୁଣି ବଢିଲା ତେଲ ଦର । ପେଟ୍ରୋଲ ଲିଟର ପିଛା ୫୭ ପଇସା ବଢିଥିବା ବେଳେ ଡିଜେଲ ଲିଟର ପିଛା ୫୮ ପଇସା ବଢିଛି । ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ଟପିଛି । ସେହିପରି ଡିଜେଲର ଦାମ ୭୧ ଟଙ୍କା ଉପରେ ରହିଛି । ଆଜି ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ୭ ପଇସା ଦରରେ ବିକ୍ରି ହେଉଛି । ଡିଜେଲ ଲିଟରକୁ ୭୧ ଟଙ୍କା ୧୦ ପଇସା ରହିଛି । ଗତ ୬ ଦିନ ଭିତରେ ରାଜ୍ୟରେ ପେଟ୍ରୋଲ ଦାମ ୨ଟଙ୍କା ୭୬ ପଇସା ଓ ଡିଜେଲ ଦାମ ୨ଟଙ୍କା ୭୯ ପଇସା ବଢିଛି ।

ଅନ୍ୟପକ୍ଷରେ ଭାରତରେ ଆଜି ପୁଣି ତେଲଦର ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ଗତ କିଛି ଦିନଧରି ଅଶୋଧିତ ତେଲଦର ବଢିଚାଲିଥିବାରୁ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଯୋଗୁଁ ଦେଶରେ ମଧ୍ୟ ତେଲଦର ବଢୁଥିବା ଜଣାପଡ଼ିଛି । ଆଜି ତେଲ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୫୭ ପଇସା ଓ ଡିଜେଲ ଲିଟର ପିଛା ୫୮ ପଇସା ବୃଦ୍ଧି କରିଛନ୍ତି । ଗତ ୬ ଦିନ ହେଲା କ୍ରମାଗତଭାବେ ତେଲଦର ବଢିଚାଲିଛି । ଏହି ବୃଦ୍ଧି ପରେ ରାଜଧାନ‌ୀରେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ୭ ପଇସା ଓ ଡିଜେଲ ଲିଟର ପିଛା ୭୧ ଟଙ୍କା ୧୦ ପଇସାକୁ ବୃଦ୍ଧି ପାଇଛି ।